Latest Odisha News

BREAKING NEWS

ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ରାଜସ୍ଥାନ ଜୟପୁରରେ କଂଗ୍ରେସ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ନିୟମ କରିଥିଲା। ଏବେ ଏହି ନିୟମକୁ ମାନି ରାଜ୍ୟସଭା ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଯିଏକି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଖଡଗେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି।

କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଦଳର ପରବର୍ତ୍ତୀ ସଭାପତି ହୋଇପାରନ୍ତି। ସେପ୍ଟେମ୍ବର 30ରେ ଖାଡଗେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହା ପରେ ଅକ୍ଟୋବର 17ରେ ସଭାପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି।  ଫଳାଫଳ ଅକ୍ଟୋବର 19 ରେ ଘୋଷଣା ହେବ। କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ଯଦିଓ ଖାଡଗେଙ୍କ ପଛରେ ଗାନ୍ଧୀ ପରିବାରର ସମର୍ଥନ ଥିବା କୁହାଯାଉଛି, ସେଥିପାଇଁ ସେ ଜିତିବାର ସମ୍ଭାବନା ଅଧିକ। ଗତକାଲି ସେ ପ୍ରାଥୀପତ୍ର ଦାଖଲ କରିବା ବେଳେ ତାଙ୍କ ସହିତ 30 ଜଣ ପ୍ରସ୍ତାବକ ଉପସ୍ଥିତ ଥିଲେ।

ମୋଟ୍ ତିନି ଜଣ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କିନ୍ତୁ ଖାଡଗେ ଏହି ଆସନରେ ବସିବାର ସମ୍ବାବନା ଅଧିକ ରହିଛି। ତେବେ ଗାନ୍ଧୀ ପରିବାର ତାଙ୍କ ସମର୍ଥନରେ ରହିଛି ବୋଲି ଅଭିଯୋଗକୁ କଂଗ୍ରେସ ନିରବ ରହିଛି। ଶଶୀ ଥରୁର ଏବଂ ଏନ କେ ତ୍ରିପାଠୀଙ୍କ ସମର୍ଥନରେ କିଛି ନେତା ଥିବାବେଳେ ଖାଡଗେଙ୍କ ସମର୍ଥକଙ୍କ ତାଲିକାରେ 30 ଜଣ ବଡ ନେତାଙ୍କ ନାମ ରହିଛି। ଏଥିରେ ଜି23 ଗୋଷ୍ଠୀର ଆନନ୍ଦ ଶର୍ମା ଏବଂ ମନୀଷ ତିୱାରୀଙ୍କ ଭଳି ବଡ ଚେହେରା ରହିଛନ୍ତି।

Leave A Reply

Your email address will not be published.