ବ୍ରହ୍ମପୁର:ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ୧୨ଟି କୁକୁରକୁ ଗୋଡ଼ ଓ ମୁହଁ ବାନ୍ଧିବା ଘଟଣା ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଛି। ବ୍ରହ୍ମପୁରର ସମାଜେସବୀ ରବିନ୍ଦ୍ର କୁମାର ମିଶ୍ର ଏନେଇ କମିଶନରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, କୁକୁରଗୁଡ଼ିକୁ ଅତି ଅମାନବୀୟ ଭାବେ ନିର୍ଯାତନା ଦିଆଯାଇଛି। ବାନ୍ଧିଦେବା ଯୋଗୁ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଏନେଇ ଲୋକସଭା ସାଂସଦ ତଥା ପଶୁ ଅଧିକାର ପାଇଁ ଲଢ଼େଇ କରୁଥିବା ମେନେକା ଗାନ୍ଧୀଙ୍କ ସମେତ ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି। ପଶୁ ସୁରକ୍ଷା କର୍ମୀମାନେ କୁକୁରକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ବିଶ୍ବବିଦ୍ୟାଳୟର କର୍ମଚାରୀମାନେ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏପରିକି ଆକ୍ରମଣ କରିବା ସହ ମୋବାଇଲ ଛଡ଼ାଇ ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶୁ ପକ୍ଷୀଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି। ହେଲେ ସରକାରୀ ଅଧିକାରୀମାନେ ଏଦିଗରେ ଅବହେଳା କରୁଛନ୍ତି। ପଶୁ ସୁରକ୍ଷା ପାଇଁ ଅନେକ ନିୟମ ରହିଥିଲେ ମଧ୍ୟ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏହାର ଉଲଂଘନ ହୋଇଛି। ଏଣୁ ମାମଲାକୁ ଗୁରୁତର ଭାବେ ନେବା ସହିତ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରକୁ ପଶୁ ସୁରକ୍ଷା ଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେବାକୁ ଆବେଦନରେ ଉଲ୍ଲେଖ କରାଯାଇଛି। ଏଥି ସହିତ ବିଗତ ଦିନରେ ବିଭିନ୍ନ କୋର୍ଟ ଦ୍ବାରା ପଶୁ ସୁରକ୍ଷା ସଂପର୍କିତ ବିଭିନ୍ନ ମାମଲାଗୁଡ଼ିକର ରାୟ ସଂପର୍କରେ ମଧ୍ୟ ଆବେଦନରେ ଦର୍ଶାଯାଇଛି।
BREAKING NEWS
- ପାକିସ୍ତାନ ଆତଙ୍କୀଙ୍କୁ ଅଜଣା ବନ୍ଧୁକ ଧାରିଙ୍କ ଭୟ : ଠିକଣା ବଦଳାଇଲେ ହାଫିଜ୍ ଓ ମସୁଦ୍
- ବିଧାୟକଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଅଭିଯୋଗ:ବ୍ଲକ ବିଜେଡି ସଭାପତିଙ୍କ ସମେତ ୫ ଗିରଫ
- ୬ ଜିଲ୍ଲାର ବାସିନ୍ଦା ହେଲେ ଏକତ୍ରିତ …ଗନ୍ଧମାର୍ଦ୍ଦନରେ ପ୍ରାକୃତିକ ସମ୍ପଦର ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲେ
- “ଗଣତନ୍ତ୍ର ବଞ୍ଚାଓ-ଅରାଜକତା ହଟାଓ” ପଦଯାତ୍ରା: ବିରୋଧୀଙ୍କୁ ବିଜେପିର ଟାର୍ଗେଟ୍
- ‘ଆମେ ବିନା କାରଣରେ ବଦନାମ ହେଉଛୁ’, କାହିଁକି ଏପରି କହିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ?
- ‘ରାମାୟଣ’ରେ ଜଟାୟୁଙ୍କ ଚରିତ୍ର ପାଇଁ ୨୦୦ ଥର ଅଭ୍ୟାସ କରିଥିଲେ ଅନୁପମ ଖେର
- ଲସ୍ ଏଞ୍ଜେଲସ୍ ୨୦୨୮ ପାଇଁ କିଭଳି ଟିକେଟ୍ ପାଇବେ ନୀରଜ ଚୋପ୍ରା?
- କୈକେୟୀ ଲୁକ୍ ପଛର ସଂଘର୍ଷ: ‘ରାମାୟଣ’ ସୁଟିଂ ବେଳେ ଲାରା ଦତ୍ତାଙ୍କ ହାତର ବ୍ରେସଲେଟ୍କୁ କରତରେ କାଟିଲା ଟିମ୍
- ପ୍ରଥମ ଥର ହରର୍ ଫିଲ୍ମରେ ନଜର ଆସିବେ ବରୁଣ ଧୱନ, ଜାଣନ୍ତୁ କେବେ ରିଲିଜ ହେବ…
- ସୁନା ଦୋକାନ ଲୁଟ୍ ଉଦ୍ୟମ ପଣ୍ଡ, ସଫ୍ଟୱେୟାର ଇଞ୍ଜିନିୟର ଗିରଫ
Comments are closed.