ଗୋଟିଏ ଦିନ ପୂର୍ବରୁ ଘରକୁ ବିଭିନ୍ନ ଅଲୋକମାଳାରେ ସଜାଯାଇଥିଲା । ଭୋଜିଭାତର ସମସ୍ତ ପ୍ରସ୍ତୁତି ବି ସରିଥିଲା । ବେଦୀକୁ ବି ରଙ୍ଗବେରଙ୍ଗର ଫୁଲ ଓ ବେଲୁନ୍ରେ ସଜା ଯାଇଥିଲା । ଘରକୁ ସମ୍ପର୍କୀୟ ବି ଆସିଥିଲେ । ସକାଳୁ ସକାଳୁ ବରକନ୍ୟା ବି ସଜେଇ ହେଲେ । କନ୍ୟା ଘର ଲୋକେ ଅପେକ୍ଷାରେ ଥିଲେ କେତେବେଳେ ବର ଆସି ପହଞ୍ଚିବ । ବରଯାତ୍ରୀ ଗୀତର ତାଳେ ତାଳେ ନାଚି ନାଚି ରୋଷଣୀ କରି କନ୍ୟା ଘରେ ପହଞ୍ଚିଥିଲେ । ଏହା ପରେ ରୀତିନୀତି ଅନୁସାରେ ଆରମ୍ଭ ହୋଇଥିଲା ବିବାହ ଉତ୍ସବ । ସବୁ ଠିକ୍ଠାକ୍ ଥିଲା । କିନ୍ତୁ ବରକନ୍ୟା କିଏ ଥିଲେ ତାହା ଜାଣିବା ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମୁହଁରେ ଥିଲା ଆଶ୍ଚର୍ଯ୍ୟର ଭାବ । ହେଲେ ଏଥିରେ ବରକନ୍ୟା ସାଜିଥିଲେ ଦୁଇଟି ପୋଷା କୁକୁର । କୁକୁରର ଧୁମଧାମରେ ଏପରି ବିବାହ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହିି ନିଆରା ବିବାହ ଉତ୍ସବର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।
ଭିଡ଼ିଓରେ ଦେଖିବାକୁ ମିଳିଛି, ଏକ ବରଯାତ୍ରୀ ଦଳ ସଜେଇ ହୋଇ ନାଚି ନାଚି ବିବାହ ଶୋଭାଯାତ୍ରାରେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ଗୋଟେ କୁକୁର ବର ବେଶରେ ସଜେଇ ହୋଇ କାରରେ ବସିଛି । ବରଯାତ୍ରୀ ଦଳ କନ୍ୟା ଘରେ ପହଞ୍ଚିବା ପରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ବି ଆୟୋଜିତ ହେଉଛି । ପରେ ଦୁଇ କୁକୁରର ଦୁଇ ଗୋଡ଼କୁ ଛୁଇଁ ଉଭୟଙ୍କୁ ବରଣମାଳା ପିନ୍ଧାଯାଉଛି । ଭୋଜିଭାତ ଖାଇ ସାରିବା ପରେ କନ୍ୟା ସାଜିଥିବା କୁକୁରକୁ ବିଦାୟ ବି କରାଯାଉଛି । ଏହି ଭିଡ଼ିଓକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅଯଥାରେ ଏତେ ଟଙ୍କା ଖର୍ଚ୍ଚ ନ କରି ସେଇ ଟଙ୍କାକୁ ଗରିବକୁ ବାଣ୍ଟି ଦେଇଥିଲେ ଭଲ ହୋଇଥାନ୍ତା ବୋଲି ଅନେକ ଲୋକ ମତ ରଖିଛନ୍ତି ।
Comments are closed.