Latest Odisha News

BREAKING NEWS

କୁକୁର ଆକ୍ରମଣରେ ବଦଳିଗଲା ଛାତ୍ରୀଙ୍କ ଚେହେରା: ଏବେ କରୁଛନ୍ତି ଲୋକଙ୍କୁ ସଚେତନ

କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଭାବରେ ବିବେଚନା କରାଯାଏ । ସେହିକାରଣରୁ କୁକୁର ଏବଂ ମଣିଷ ଭିତରେ ଏହି ସମ୍ପର୍କ ଅତି ପୁରୁଣା । କିନ୍ତୁ କୁକୁର ଯେତେ ବିଶ୍ୱସ୍ତ ହେଲେ ମଧ୍ୟ କେତେବେଳେ ଯେ ନିଜ ମାଲିକକୁ ଆକ୍ରମଣ କରିବ ତାହା କେହି କହିପାରିବେ ନାହିଁ । ଆଉ ବାହାର ଲୋକଙ୍କ କଥା ଛାଡ଼ନ୍ତୁ । କୁକୁର ଆକ୍ରମଣ ପରେ ଟେକ୍ସାସରେ ରହୁଥିବା ଜଣେ ଛାତ୍ରୀଙ୍କ ଜୀବନ କିଭଳି ସମ୍ପୂର୍ଣ୍ଣ ବଦଳି ଗଲ, ତାହା ତଳେ ଲିଖିତ ଘଟଣାଟି ବୟାନ କରୁଛି ।

ଟେକ୍ସାସ ସହରର ବାସିନ୍ଦା ଜ୍ୟାକଲିନ ଜଣେ କଲେଜ ଛାତ୍ରୀ । ଦିନେ ସେ ତାଙ୍କ ପଡ଼ୋଶୀ ଘରକୁ ଯାଇଥିବା ସମୟରେ ଅତର୍କିତ ଭାବେ ପଡ଼ୋଶୀ ଘରେ ପାଳିତ ଦୁଇଟି କୁକୁର ତାଙ୍କୁ ଅଚାନକ ଭାବରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । କାରଣ କ’ଣ ଜାଣିବା ପୂର୍ବରୁ ଜ୍ୟାକଲିନଙ୍କ ମୁହଁରେ ଭୟଙ୍କର ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଆଉ ତାଙ୍କୁ ଡ଼ାକ୍ତର ଚିକିତ୍ସା କରିବା ସମୟରେ ଶତାଧିକ ଥର ପ୍ଲାଷ୍ଟିକ୍ ସର୍ଜରୀ କରିବାକୁ ପଡ଼ିଥିଲା । ଏହି ଆକ୍ରମଣ ପରେ ଜ୍ୟାକଲିନଙ୍କ ଚେହେରା ଭୟଙ୍କର ହୋଇଯାଇଥିଲା । ସାଧାରଣ ଭାବେ ଚେହେରା ଦେଖିଲେ ବି ଡ଼ର ଲାଗୁଥିଲା । ଘଟଣାର ଦୁଇ ବର୍ଷ ପରେ ଜ୍ୟାକଲିନ୍ ତାଙ୍କ ମୁହଁର ଅବସ୍ଥା ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଏହାକୁ ନେଇ ଢେର ଚର୍ଚ୍ଚା ହୋଇଛି ।

ସେଦିନର ଘଟଣାକୁ ମନେ ପକାଇ ଜ୍ୟାକଲିନ କହନ୍ତି, କୌଣସି କାମ ପାଇଁ ସେଦିନ ସେ ପଡୋଶୀଙ୍କ ଘରକୁ ଯାଇଥିଲେ । ପଡ଼ୋଶୀ ଘର କବାଟ ଖୋଲିବା ମାତ୍ରେ ଦୁଇଟି କୁକୁର ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ସେ ତଳେ ପଡ଼ିଯିବାରୁ କୁକୁର ଦୁଇଟି ତାଙ୍କୁ କିଛି ଦୂର ଟାଣି ଟାଣି ମଧ୍ୟ ନେଇ ଯାଇଥିଲେ । ଆକ୍ରମଣରେ ତାଙ୍କ ନାକ, କାନ, ଓଠ ଏବଂ ଗାଲରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ତାଙ୍କର ପୁରା ଚେହେରା ଭୟଙ୍କର ଭାବେ ଏତେ ବିକୃତ ହୋଇଥିଲା ଯେ ଏହାର ଉପଶମ ପାଇଁ ଡାକ୍ତରମାନଙ୍କୁ ବାରମ୍ବାର ଅସ୍ତ୍ରୋପଚାର କରିବାକୁ ପଡିଲା ।

ନିଜ ଚେହେରାକୁ ସୋସିଆଲ ମିଡ଼ିଆରେ ସେୟାର କରି କୁକୁର ଆକ୍ରମଣ ବାବଦରେ ସାଧାରଣ ଲୋକଙ୍କୁ ସଚେତନ କରାଉଛନ୍ତି ଜ୍ୟାକଲିନ୍ । ସେ ଲେଖିଛନ୍ତି, କୁକୁରମାନେ କେତେ ବିପଜ୍ଜନକ ହୋଇପାରନ୍ତି ତାହା ମୋ ଚେହେରାରୁ ଅନୁମାନ କରି ପାରୁଥିବେ । ତେଣୁ କୁକୁର ପ୍ରତି ସାବଧାନ ।

Leave A Reply

Your email address will not be published.