Latest Odisha News

BREAKING NEWS

ଚେର୍ନାବିଲ ଆଣବିକ ଦୁର୍ଘଟଣା: ବୈଜ୍ଞାନିକଙ୍କ ପାଇଁ ବଂଚିବାର ଆଶା ସଂଚାର କଲେ କୁକୁର

କୀଭ: ୧୯୮୬ରେ ଚେର୍ନାବିଲରେ ଭୟଙ୍କର ଆଣବିକ ଦୁର୍ଘଟଣା ଘଟିଥିଲା । ୩୫ ବର୍ଷ ବିତିବା ପରେ ଏହି ଦୁର୍ଘଟଣା ନିକଟରେ ଘଟିଥିବା ସ୍ଥାନରେ ଜୀବିତ କୁକୁର ବୈଜ୍ଞାନିକମାନଙ୍କୁ ଏହାର ମୁକାବିଲା କରିବା ଆଶା ସଂଚାର କରିଛି । ସାଇନ୍ସ ଆଡଭାନ୍ସସେଜ ପତ୍ରିକାରେ ଏ ସମ୍ପର୍କୀତ ଲେଖା ପ୍ରକାଶ ପାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ସେମାନଙ୍କ କୁକୁରକୁ ଛାଡି ଯିବାକୁ ବାଧ୍ୟ ହୋଇଥିଲେ । ୧୫ ପିଢ଼ୀ ପରେ ମଧ୍ୟ ଏବେ ସେମାନେ ସୁସ୍ଥ ଅଛନ୍ତି ଓ ବଂଶ ମଧ୍ୟ ବୃଦ୍ଧି କରିପାରିଛନ୍ତି । ତେବେ ସେମାନେ ବିଶ୍ୱର ଅନ୍ୟ କୁକୁରଙ୍କଠାରୁ କିଛି ମାତ୍ରାରେ ଭିନ୍ନ ହୋଇ ଯାଇଛନ୍ତି । ସେମାନଙ୍କ ଡିଏନଏ ଟେଷ୍ଟରେ ଆଶ୍ଚର୍ଯ୍ୟଜନକ ଫଳ ମିଳିଥିଲା । ଅତ୍ୟଧିକ ଠାରୁ କମ ବିକିରଣ କ୍ଷେତ୍ରରେ ରହିଥିବା କୁକୁରଙ୍କ ଡିଏନଏ ଏବଂ ସେମାନଙ୍କ ସଂରଚନା ଭିନ୍ନ ଥିଲା ।

ଏହି କୁକୁରମାନେ ବିକିରଣ କ୍ଷେତ୍ରରେ ବଂଚିବାର ରାସ୍ତା ଖୋଜି ବାହାର କରି ସାରିଛନ୍ତି । ଅତ୍ୟଧିକ ଗବେଷଣା ପରେ ମନୁଷ୍ୟମାନେ କିପରି ଆଣବିକ ବିକିରଣ କ୍ଷେତ୍ରରେ ବଂଚିପାରିବେ ତାହା ସ୍ପଷ୍ଟ ହୋଇପାରିବ । ଏହି ଦୁର୍ଘଟଣା ଯୋଗୁ ତତକ୍ଷଣାତ ୩୦ ଲୋକ ମୃତ୍ୟୁବରଣ କରିଥିଲେ ମଧ୍ୟ ପରେ ବିକିରଣ ପ୍ରଭାବ ଯୋଗୁ ହଜାର ହଜାର ଲୋକ ମୃତ୍ୟୁବରଣ କରିଥିଲେ ।

Comments are closed.