Latest Odisha News

BREAKING NEWS

ଦୋହା ଡାଇମଣ୍ଡ ଲିଗ: ନୀରଜଙ୍କୁ ରୌପ୍ୟ, କିଶୋର ୯ମ

ନୂଆଦିଲ୍ଲୀ: ଦୋହା ଡାଇମଣ୍ଡ ଲିଗ ଆଥଲେଟିକ୍ସରେ ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ୬ ରାଉଣ୍ଡରେ ସେ ୮୮.୩୬ ମିଟର ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ଚେକ ରିପବ୍ଲିକର ଜ୍ୟାକବ ୱାଦଲେଚ ୮୮.୩୮ ମିଟର ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଓଡିଶାର ଲୋକପ୍ରିୟ ଆଥଲେଟ କିଶୋର ଜେନାଙ୍କ ପ୍ରଦର୍ଶନ ସେତେଟା ପ୍ରଶଂସନୀୟ ହୋଇ ନାହିଁ । କିଶୋର ଓଭରାଲ ୯ମ ସ୍ଥାନରେ ରହିଥିଲେ । ସେ ୩ଟି ଉଦ୍ୟମରେ ୯ମ ସ୍ଥାନରେ ରହିବାରୁ ତାଙ୍କୁ ବାକି ୩ଟି ଉଦ୍ୟମ ପାଇଁ ସୁଯୋଗ ମିଳି ନ ଥିଲା । ସେ ପ୍ରଥମ ଉଦ୍ୟମରେ ୭୫.୭୨, ଦ୍ୱିତୀୟରେ ୭୬.୩୧ ଥ୍ରୋ କରିଥିବା ବେଳେ ତୃତୀୟ ଉଦ୍ୟମ ଫାଉଲ ହୋଇଥିଲା ।

ନୀରଜଙ୍କ ପ୍ରଥମ ଆଟେମ୍ପଟ ଫାଉଲ ରହିଥିଲା । ଏହା ପରେ ସେ ୮୪.୯୩, ୮୬.୨୪, ୮୬.୧୮, ୮୨.୨୮ ଓ ଶେଷ ଉଦ୍ୟମରେ ୮୮.୩୬ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । ୨୦୨୩ ଡାଇମଣ୍ଡ ଲିଗରେ ନୀରଜ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଅଲିମ୍ପିକ୍ସରେ ଭାରତ ପାଇଁ ଆଥଲେଟିକ୍ସରେ ସେ ପ୍ରଥମ ଆଥଲେଟ ଭାବେ ସ୍ୱର୍ଣ୍ଣ ପଦକ ଜିତି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି ।

Leave A Reply

Your email address will not be published.