Latest Odisha News

BREAKING NEWS

ଦୋଳ ପୂର୍ଣ୍ଣିମା ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର : ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଗୁରୁବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଯେତେବେଳେକି ସାରା ରାଜ୍ୟରେ ଶୁକ୍ରବାର ଦିନ ହୋଲି ପର୍ବ ପାଳନ କରାଯିବ ।

ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁନାବେଶ ଲାଗି ଠାକୁରଙ୍କୁ ସୁନାର ଗହଣାରେ ସୁସଜ୍ଜିତ କରାଯାଇଛି । ଆହୁରି ମଧ୍ୟ ଆଜି ଭଗବାନଙ୍କ ଦର୍ଶନ ଲାଗି ପୁରୀ ବଡଦାଣ୍ଡରେ ଭକ୍ତଙ୍କ ବିଶାଳ ସମାଗମ ଦେଖିବାକୁ ମିଳିଛି । ଏହି ଅବସରରେ ପ୍ରଭୁ ଜଗନ୍ନାଥ ଭାଇ ଭଉଣୀ ଓ ଭକ୍ତଙ୍କ ସହ ହୋଲି ଖେଳିବା ଲାଗି ରତ୍ନସିଂହାସନରୁ ଦୋଳ ବେଦୀକୁ ଓହ୍ଲାଇ ଆସିଥାନ୍ତି ।

ବିଶେଷତଃ ଦୋଳ ପୂର୍ଣ୍ଣିମା ଅବସରରେ ପ୍ରଭୁ ଜଗନ୍ନାଥଙ୍କୁ ‘ଦୋଳ ଗୋବିନ୍ଦ’ ଭାବେ ପୂଜା କରାଯାଇଥାଏ ।

Leave A Reply

Your email address will not be published.