ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହାପରେ ଭାରତ-ଆମେରିକା ପକ୍ଷରୁ ମିଳିତ ବୟାନ ରଖାଯାଇଛି । ଭାରତ ଆମେରିକା ମଧ୍ୟରେ ୩ଟି ଚୁକ୍ତି ଉପରେ ସ୍ୱାକ୍ଷାରିତ ହୋଇଛି । ବାଣିଜ୍ୟ, ସୁରକ୍ଷା, ତୈଳ କାରବାର ସହଯୋଗ ନେଇ ମଧ୍ୟ ଚୁକ୍ତି ସାକ୍ଷରିତ ହୋଇଛି । ଦୁଇ ଦେଶ ମଧ୍ୟରେ ୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ବାଜିଛି ।ଆମେରିକା ଭାରତକୁ ଆପାଚେ ଏବଂ ଏମ୍ଏଚ୍-୬୦ ରୋମେଓ ହେଲିକପ୍ଟର ଯୋଗାଇ ଦେବ ବୋଲି ଚୁକ୍ତି ହୋଇଛି ।
ଅତ୍ୟାଧୁନିକ ରକ୍ଷା ଉପକରଣ ଓ ଆତଙ୍କବାଦ ଉପରେ ରୋକ ଲଗାଇବା ନେଇ ମଧ୍ୟ ଆଲୋଚନା ହୋଇଛି । ଆତଙ୍କବାଦ ବିରୋଧରେ ଉୟଭ ଦେଶ ମିଳିତ ଭାବେ ଲଢ଼େଇ କରିବ । ସେହିପରି ନିଶା କାରବାର, ଅପରାଧ ରୋକିବା ନେଇ ଆଲୋଚନା ହୋଇଛି । ଏଥିସହ ୫ଜି ୱେୟାରଲେସ୍ ନେଟ୍ୱର୍କ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ମୋଦି କହିଛନ୍ତି ।
ଅନ୍ୟପଟେ ଟ୍ରମ୍ପ ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଭାରତ ଗସ୍ତ ସେ କେବେବି ଭୁଲିବେ ନାହିଁ ବୋଲି କହିଛନ୍ତି । ଉଭୟ ଦେଶ ମଧ୍ୟରେ ସମାନ ପରମ୍ପରା ଓ ଗଣତନ୍ତ୍ର ରହିଛି । ଏହି ଗସ୍ତ ଭାରତ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜଭୁତ କରିବ । ଭାରତ ଗସ୍ତର ଦ୍ୱିତୀୟ ଦିନରେ ବି ଟ୍ରମ୍ପ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି । ପରୋକ୍ଷାରେ ପାକିସ୍ତାନକୁ ସେ ଚେତାବନୀ ଦେଇଛନ୍ତି ।
BREAKING NEWS
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
Comments are closed.