ଅହମ୍ମଦାବାଦ: ସାବରମତୀ ଆଶ୍ରମରେ ଚରଖା ଚଳାଇଲେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ । କେବଳ ସେତିକି ନୁହେଁ ଏହାର କାର୍ଯ୍ୟଶୈଳୀ ମଧ୍ୟ ପଚାରି ବୁଝିଛନ୍ତି ।
ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପ ଅହମ୍ମଦାବାରେ ପହଂଚିବା ପରେ ସାବରମତୀ ଆଶ୍ରମ ଯାଇଛନ୍ତି । ସେଠାରେ ପହଂଚିବା ପରେ ଟ୍ରମ୍ପ ଦମ୍ପତ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଚରଖା ଦେଖିଛନ୍ତି । ଚରଖାରେ କିଭଳି କାମ ହୁଏ ତାହା ମଧ୍ୟ ପଚାରି ବୁଝିଛନ୍ତି ।
US President Donald Trump, 1st Lady Melania Trump along with PM @narendramodi visit #SabarmatiAshram, Ahmedabad.#NamasteTrump । #नमस्ते_ट्रंप pic.twitter.com/3lO2HSvFit
— Doordarshan National (@DDNational) February 24, 2020
ଏହି ସମୟରେ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ସେଠାରୁ ଗୋଟିଏ ଗାଡିରେ ମୋଦି ଓ ଟ୍ରମ୍ପ ଦମ୍ପତ୍ତି ମୋଟେରା ଷ୍ଟାଡିଅମକୁ ଯାଇଛନ୍ତି ।
Comments are closed.