ୱାଶିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସି ଯାଇଛି । ଡେମୋକ୍ରେଟିକ ପାର୍ଟିର ଜୋ ବାଇଡେନ ବିଜୟୀ ହୋଇଛନ୍ତି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଖବର ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ତୀରରେ ଦୁଇଟି ଶୀକାର କରିବା ଲକ୍ଷ୍ୟରେ ରହିଛନ୍ତି । ରାଷ୍ଟ୍ରପତି କାର୍ଯ୍ୟାଳୟ ଛାଡିବା ପୂର୍ବରୁ ଟ୍ରମ୍ପ ଚୀନ ବିରୋଧରେ ଏ ଭଳି ଏକ ନିଷ୍ପତି ନେବେ ଯାହା କି ପରେ ବାଇଡେନଙ୍କୁ ଅସୁବିଧାରେ ପକାଇବ ।
କୋଭିଡ-୧୯ ନେଇ ଚୀନକୁ ଦଣ୍ଡ ଦେବା ଟ୍ରମ୍ପ କହିଥିଲେ । ଚୀନ ସହିତ ସମ୍ପର୍କ ଖରାପ କରିବା ପାଇଁ ଟ୍ରମ୍ପ ତାଇୱାନଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରନ୍ତି । ଯାହା ଫଳରେ ବାଇଡେନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଏହା ବ୍ୟତୀତ ଚୀନ ଅଧିକାରୀଙ୍କୁ ଭିଜା ମନା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଆପକୁ ମଧ୍ୟ ସେ ବ୍ୟାନ କରିପାରନ୍ତି ।
Comments are closed.