Latest Odisha News

BREAKING NEWS

ଏକ୍ସକୁ ବାହୁଡିଲେ ଟ୍ରମ୍ପ: ମସ୍କଙ୍କ ସାଙ୍ଗେ କଲେ ସାକ୍ଷାତକାର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଫେରିଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ତଥା ୨୪ ନିର୍ବାଚନ ପାଇଁ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଏକ୍ସକୁ ଫେରୁ ଫେରୁ ସେ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ କ୍ୟାମ୍ପେନକୁ ଜୋରଦାର କରିଛନ୍ତି । ଏହାକୁ ନେଇ ନିଜ ଏକ୍ସରେ ଭିଡିଓ ଜାରି କରିଛନ୍ତି ଟ୍ରମ୍ପ ।

ଏହାସହିତ ଏକ୍ସର ମାଲିକ ମସ୍କଙ୍କ ସହ ମଧ୍ୟ ପ୍ରଥମ ଥର ପାଇଁ ଲାଇଭ ଯୋଗେ ଯୋଡିହୋଇଛନ୍ତି ଟ୍ରମ୍ପ । ତେବେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ୪୫ ମିନିଟ ପରେ ଏହି ବାର୍ତ୍ତାଳାପ ଆରମ୍ଭ ହୋଇଥିବା ବେଳେ ୨ ଘଣ୍ଟା ଯାଏଁ ଚାଲିଥିଲା । ଯାହା ପ୍ରାୟ ୨୦୦ ମିଲିୟନ ପାର୍ କରିଛି । ଏନେଇ ନିଜେ ଏକ ପୋଷ୍ଟ ଜାରି କରି ମସ୍କ କହିଛନ୍ତି, ସବୁ ଗଣମାଧ୍ୟମ ଟ୍ରମ୍ପଙ୍କ ଏହାକୁ ବାଦ୍ ଦେବାକୁ ଚାହିଁଛନ୍ତି, ହେଲେ ଏହାର ଦର୍ଶକ ୨୦୦ ମିଲିୟନ ପାର୍ କରିଛି ।

ତେବେ ୨ ଘଣ୍ଟା ଯାଏଁ ଚାଲିଥିବା ଏହି ଲାଇଭରେ ଟ୍ରମ୍ପ ନିର୍ବାଚନୀ ବିଭିନ୍ନ ବିଷୟ ସହିତ ଅନେକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ପ୍ରଚାର ବେଳେ ତାଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ନିଜର ପ୍ରତିଦ୍ବନ୍ଦ୍ବୀ କମଲା ହାରିସଙ୍କୁ ମଧ୍ୟ ନିଶାନା କରିଛନ୍ତି ଟ୍ରମ୍ପ ।

ତେବେ କହିରଖୁଛୁ, ୨୦୨୩ ପରଠୁ ଟ୍ରମ୍ପ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କିଛିବ ବି ପୋଷ୍ଟ କରୁନଥିଲେ । ଗତକାଲି  ଏକ୍ସ ମାଲିକ ଏଲନ ମକ୍ସଙ୍କ ସହ ଲାଇଭ ଇଣ୍ଟରଭିଉର କିଛି ସମୟ ପୂର୍ବରୁ ଏକ୍ସରେ ନିଜର ପାଦୁର୍ଭାବ ଜାରି କରିଛନ୍ତି ଟ୍ରମ୍ପ । ତେବେ ସୋସିଆଲ ମିଡିଆ ଏକ୍ସର ମାଲିକ ଏଲନ ମସ୍କ ଘୋଷଣା କରିଥିଏଲେ ଯେ କି ୧୨ ଅଗଷ୍ଟ, ଆମେରିକାର ସମୟ ଅନୁଯାୟୀ ରାତି ୮ଟାରେ ଡୋନାଲ ଟ୍ରମ୍ପଙ୍କ ସାଙ୍ଗରେ ଏକ୍ସରେ ଲାଇଭ କଥାବାର୍ତ୍ତା ହେବ । ଏହାକୁ ନେଇ ଟ୍ରମ୍ପ କହିଥିଲେ, ଏହି ସାକ୍ଷାତ କାର ଅନସ୍କ୍ରିପଡେଟ୍ ରହିବ, ତେଣୁ ଟ୍ରମ୍ପଙ୍କ ସହ ଆଲୋଚନାରେ ମଜା ଆସିବ ବୋଲି ଆଶା ।

Comments are closed.