Latest Odisha News

ଜେଲେନସ୍କିଙ୍କୁ କମେଡିଆନ କହିଲେ ଟ୍ରମ୍ପ… 

ନୂଆଦିଲ୍ଲୀ: ଆମେରିକାର ଶାସନ ପରିବର୍ତ୍ତନ ହେବା ମାତ୍ରେ ସାରା ବିଶ୍ୱରେ ସମୀକରଣ ବଦଳିବା ଆରମ୍ଭ ହୋଇଛି। ଏହା ମଧ୍ୟରେ ଏପର୍ଯ୍ୟନ୍ତ ଋଷ- ଯୁଦ୍ଧରେ ୟୁକ୍ରେନ ସହିତ ଦେଖାଯାଉଥିବା ଆମେରିକା ଏବେ ରୁଷ ସପକ୍ଷରେ ଯାଉଥିବା ଦେଖାଯାଉଛି।

ଏପଟେ ଡୋନାଲ୍ଡ ଟ୍ରମ୍ପ ଜେଲେନସ୍କିଙ୍କୁ ଯୁଦ୍ଧ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ। ଟ୍ରମ୍ପ ଟ୍ୱିଟ୍ କରି ଆହୁରି କହିଛନ୍ତି, ଜେଲେନସ୍କି ନିର୍ବାଚନ ନକରି ତାନାସାହ ସାଜିଛନ୍ତି । ତାଙ୍କ ପାଇଁ ଭଲ ହେବ ଯୁଦ୍ଧ ବନ୍ଦ କରି ଆଗକୁ ବଢନ୍ତୁ। ଆମେରିକାକୁ ୩୫୦ ବିଲିୟନ୍ ଡଲାର୍ ଖର୍ଚ୍ଚ କରିବା କଥା କହୁଛନ୍ତି। ତାଙ୍କୁ ଏହି ଯୁଦ୍ଧ କେବେ ଆରମ୍ଭ କରିବାର ନଥିଲା। ପୂର୍ବରୁ ବାଇଡେନ୍ ସରକାର ଯୁଦ୍ଧ ରୋକିବା ପାଇଁ କୌଣସି ପ୍ରାକାର ଚେଷ୍ଟା କରିନଥିଲେ। ହେଲେ ଆମେ ଆଲୋଚନା ଚାହୁଁଛୁ।

ଏହି ସମୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଆମେରିକା ସହିତ ଆଲୋଚନା ଆଧାରରେ ଯୁଦ୍ଧ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। କିନ୍ତୁ ଏହି ଆଲୋଚନାରେ ୟୁକ୍ରେନକୁ ମଧ୍ୟ ସାମିଲ ହେବା ଉଚିତ୍।

ଅପରପକ୍ଷରେ ଋଷର ଜାଲରେ ଟ୍ରମ୍ପ ଫସି ଯାଇଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି।

Comments are closed.