Latest Odisha News

BREAKING NEWS

ଭାରତକୁ ଧମକ ଦେଲେ ଟ୍ରମ୍ପ; କହିଲେ ମୁଁ ରାଷ୍ଟ୍ରପତି ହେଲେ…

ନ୍ୟୁୟର୍କ: ଭାରତକୁ ଧମକ ଦେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ, ମୁଁ ରାଷ୍ଟ୍ରପତି ହେଲେ ଭାରତକୁ ଦେବି ଉଚିତ ଶିକ୍ଷା  । କିଛି ଆମେରିକା ଉତ୍ପାଦକ ଉପରେ ଭାରତ ପକ୍ଷରୁ ଲଗାଯାଇଥିବା ଟାକ୍ସକୁ ନେଇ ଭାରତକୁ ଧମକ ଦେଇଛନ୍ତି ଟ୍ରମ୍ପ । ବିଶେଷ କରି ହାର୍ଲେ-ହେବିଡସନ ମୋଟର ସାଇକେଲ ଉପରେ ଭାରତ ପକ୍ଷରୁ ଲଗାଯାଇଥିବା ଟାକ୍ସକୁ ଲକ୍ଷ୍ୟ ରଖି ଟ୍ରମ୍ପ କହିଛନ୍ତି, ଯଦି ୨୦୨୪ରେ ମୁଁ ରାଷ୍ଟ୍ରପତି ନିର୍ବାଚନାରେ ଜିତିବି ତେବେ ଭାରତୀୟ ଉତ୍ପାଦକ ଉପରେ ଆମେରିକାରେ ଉଚ୍ଚ ତାରିଫ ଲଗାଇବି ।

୨୦୧୯ରେ ଟ୍ରମ୍ପ ଯେତେବେଳଳେ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଥିଲେ ଉଚ୍ଚ କରକୁ ନେଇ ଭାରତକୁ ‘ତାରିଫ କିଙ୍ଗ’ ବା ଟାକ୍ସ ଲଗାଇବା ମହାରାଜା ବୋଲି କହୁଥିଲେ । ସେ ଆହୁରି ଅଭିଯୋଗ କରିଛନ୍ତି,  ଭାରତ ଆମେରିକାକୁ ନିଜ ମାର୍କେଟରେ ଠିକ ଭାବେ ପହଞ୍ଚିବାକୁ ଦେଉନି । ସେ କହିଛନ୍ତି, ମୁଁ ଚାହେଁ, ୟୁନିଫର୍ମ ଟାକ୍ସ । ହେଲେ ଭାରତ ଅଧିକ ଟାକ୍ସ ଲଗାଉଛି । ହାର୍ଲି-ହେବିସନ ସହ ଏପରି ହୋଇଥିବା ମୁଁ ଦେଖିଛି । ଭାରତରେ ୧୦୦/୧୫୦ ଏପରିକି ୨୦୦ ପ୍ରତିଶତ କର ଲଗାଉଛନ୍ତି ।

ସେ ଆହୁରି କହିଛନ୍ତି, ଯଦି ଭାରତ ଆମ ଉପରେ କର ଲଗାଉଛି ତେବେ ଆମେ ବି ତାଙ୍କ ଉପରେ କର ଲଗାଇବା । ଟ୍ରମ୍ପ ଭାରତ ସହ ବ୍ରାଜିଲର ଟାକ୍ସ ସିଷ୍ଟମକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ସୂଚନାଥାଉ କି, ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଲଢିବା ପାଇଁ ଘୋଷଣା କରିଛନ୍ତି । ସେ ରିପବ୍ଲିକ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ଲଢିବେ  । ତେବେ ବୁଧବାର ହେବାକୁ ଥିବା ପ୍ରାଥମିକ ଆଲୋଚନାରେ ଟ୍ରମ୍ପ ଯୋଗ ଦେଇ ନାହାନ୍ତି ।

Leave A Reply

Your email address will not be published.