Latest Odisha News

ଅନଲାଇନରେ ଡେଟିଂ କରୁଛନ୍ତି କି ? ଭୁଲରେ ବି କରନ୍ତୁନି ଏହି କାମ…

ଭୁବନେଶ୍ୱର: କଥାରେ ଅଛି ବାପା ମାଆକୁ ଛାଡିଦେଲେ ସବୁକିଛି ଅନଲାଇନ । ଛୁଞ୍ଚି ଠାରୁ ଡାମ୍ଫଣ ହେଉ ଅବା ସାଇକେଲ ଠାରୁ ଉଡାଯାହାଜ ସବୁକିଛି ଘରେ ବସି ଅର୍ଡ଼ର୍ କରି ପାଇଯାଉଛନ୍ତି । ସେହିପରି ଲୋକମାନଙ୍କ ସହ ସମ୍ପର୍କ ଯୋଡିବା ହେଉ ଅବା ଜୀବନସାଥି ଚୟନ ସବୁକିଛି ଅନଲାଇନରେ । ଆଜିକାଲି ଯୁବପିଢୀକୁ ତ ଅନଲାଇନ ଡେଟିଂ ଖୁବ ପସନ୍ଦ । ବର୍ତମାନ ସମୟରେ ବିଭିନ୍ନ ମୋବାଇଲ ଡେଟିଂ ଆପ୍ସ ଓ ୱେବସାଇଟ ବାହାରିଗଲାଣି । ବେଳେବେଳେ ଅନଲାଇନ ଡେଟିଂ କରୁକରୁ ବହୁତ ବଡ଼ ଅସୁବିଧାରେ ପଡିଯାଉଛନ୍ତି । ସୁରକ୍ଷା ଦୃଷ୍ଟିରୁ ଦେଖିଲେ ଅନେକ ଲୋକ ଆଜି ମଧ୍ୟ ଏହାକୁ ଆପଣେଇ ପାରିନାହାନ୍ତି । ସେଥିପାଇଁ ଆଜିମଧ୍ୟ ଲୋକମାନେ ଅନଲାଇନ ରେ ଜୀବନ ସାଥି ଖୋଜିବାକୁ ଡରୁଛନ୍ତି l ଯଦି ଆପଣ ଅନଲାଇନ ରେ ଡେଟିଂ କରୁଛନ୍ତି ଆଉ ଜୀବନସାଥୀ ଚୟନ କରୁଛନ୍ତି ତାହାଲେ ଆପଣାନ୍ତୁ ଏହି ଉପାୟ ଯାହାଦ୍ୱାରା ନିଜର ମନପସନ୍ଦ ଜୀବନସାଥୀ ଚୟନ କରିପାରିବେ ।

ସୁନ୍ଦର ପ୍ରୋଫାଇଲ :

ଅନଲାଇନରେ ଗୋଟେ ଭଲ ପ୍ରୋଫାଇଲ ତିଆରିକରିବା ସବୁଠୁ କଷ୍ଟକର କାମ । ସବୁଠୁ ପ୍ରଥମେ ନିଜ ପ୍ରୋଫାଇଲ ପଜେଟିଭ ହୋଇଥିବା ଦରକାର । ନିଜ ବିଷୟରେ ଭଲ ସକରାତ୍ମକ ଏବଂ ସଠିକ ତଥ୍ୟ ଲେଖନ୍ତୁ । ନିଜର ଭବିଷ୍ୟତର ଜୀବନସାଥୀ କିପରି ହେବା ଦରକାର ତା ମଧ୍ୟ ପ୍ରୋଫାଇଲ ରେ ଲେଖନ୍ତୁ । ଧ୍ୟାନ ରଖନ୍ତୁ ଯେପରି ନିଜ ବିଷୟରେ ମିଛ କାହାଣୀ ଲେଖନ୍ତୁ ନାହିଁ ଯାହା ଦ୍ୱାରା ଭଲ ଲୋକଙ୍କର ବିଶ୍ୱାସ ଓ ମନ ଭାଙ୍ଗିଯିବ । ଅନ୍ୟଠାରୁ ମଧ୍ୟ ଭଲ ପ୍ରୋଫାଇଲ ଆଶାକରନ୍ତୁ । ଧ୍ୟାନ ଦିଅନ୍ତୁ ନକରାତ୍ମକ ପ୍ରୋଫାଇଲ ବା ବଢ଼େଇ ଚଢେଇ ଲେଖିଥିବା ପ୍ରୋଫାଇଲ କେବେ ବିଶ୍ୱାସକୁ ନିଅନ୍ତୁ ନାହିଁ ।

ପ୍ରୋଫାଇଲ ଫଟୋ :

ଯାହାର ପ୍ରୋଫାଇଲ ଫଟୋ ଯେତେ ଭଲ ଓ ପରିଷ୍କାର ତାର ସେ ଅନ୍ୟର ସେତେ ବିଶ୍ୱାସ ଯୋଗ୍ୟ ହୋଇଥାଏ । ଅତିଶୀଘ୍ର ଅନ୍ୟର ନଜରରେ ଆସିଯାଏ । ତେଣୁ ପ୍ରୋଫାଇଲ ଫଟୋ ଦେଲାବେଳେ ଧ୍ୟାନଦେବା ଦରକାର ଯେ ଫଟୋ ସକରାତ୍ମକ ଭାବେ ଓ ସଦ୍ୟ ଉତ୍ତୋଳନ କରାଯାଇଥିବା ଫଟୋ ଦିଅନ୍ତୁ ।

କଥାବାର୍ତ୍ତା ଆରମ୍ଭ କରନ୍ତୁ :

ଅନଲାଇନ ଡେଟିଂ ସମୟରେ ଯଦି କିଏ ପସନ୍ଦ ଆସିଯାଇଥାଏ, ତାସହ କଥା ବାର୍ତ୍ତା ଆରମ୍ଭ କରିବାକୁ ଅନେକ ଅସହଜ ମନେ କରନ୍ତି । ତେଣୁ ଏତେ ସବୁ ନଭାବି ଆପଣ ସରଳ ଭାବେ “ହେଲୋ ! କେମିତି ଅଛନ୍ତି ?” ରୁ ଆରମ୍ଭ କରିପାରିବେ । ଧିରେ ଧିରେ କଥାବାର୍ତ୍ତା ଆଗକୁ ବଢାଇପାରିବେ । ତାଙ୍କର କଣ ପସନ୍ଦ, କଣ ନାପସନ୍ଦ ପଚାରିପାରିବେ । ଭଲ ପ୍ରୋଫାଇଲ ଫଟୋ ପାଇଁ ବାର୍ତ୍ତା ଦେଇପାରିବେ । ଧ୍ୟାନ ରଖିବେ କଥାବାର୍ତ୍ତା ରୁ ଜାଣିପାରିବେ ପ୍ରୋଫାଇଲରେ ଲେଖିଥିବା କଥା ସହ କେତେ ପ୍ରତିଶତ ମେଳ ଖାଉଛି । ବେଳେବେଳେ ଭୁଲ କଥାବାର୍ତ୍ତା ପାଇଁ ନକରାତ୍ମକ ଭାବନା ଆସିପାରେ ତାହା ମାନେରଖିବା ଦରକାର ।

ନିଜର ଦୁର୍ବଳତା ଗୋପନୀୟ ରଖନ୍ତୁ:

ବେଳେବେଳ ନିଜର ଦୁର୍ବଳତା ଗୋପନ ନରଖିପରି ଶୀଘ୍ର ଅନ୍ୟଆଗରେ ପ୍ରକାଶ କରିଦିଅନ୍ତି ଯାହାଦ୍ୱାରା ଠକାମୀର ଶିକାର ହୁଅନ୍ତି । ଯାହାର ଫାଇଦା ଅନ୍ୟମାନେ ନିଅନ୍ତି । ତେଣୁ ନିଜର ଦୁର୍ବଳତା ନିଜ ଭିତରେ ରଖନ୍ତୁ । ଅବଶ୍ୟ ବିଶ୍ୱାସଯୋଗ୍ୟ ହେଲାପରେ କହିପାରିବେ ।

ବ୍ୟକ୍ତିଗତ ମିଳାମିଶା :

ବ୍ୟକ୍ତିଗତ ମିଳାମିଶା ବେଳେ ଧ୍ୟାନ ଦିଅନ୍ତୁ ଯେପରି ଯାଉଥିବା ସ୍ଥାନ ନିକାଞ୍ଚନ ତଥା ବିପଦ ପୂର୍ଣ୍ଣ ହୋଇନଥିବା ଦରକାର । ଯାଉଥିବା ସ୍ଥାନର ସୂଚନା ନିଜ ର ଅନ୍ତରଙ୍ଗ ସାଙ୍ଗ ପରିବାରକୁ ଦିଅନ୍ତୁ । ଯଥାସମ୍ଭବ ଘର ପାଖାପାଖି ଭେଟିବା ଦରକାର । ଝିଅ ମାନଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ମହତ୍ୱପୂର୍ଣ୍ଣ ତଥା ଦରକାରୀ ଅଟେ ।

ସୁରକ୍ଷା ଚେକ କରନ୍ତୁ:

ସବୁଠାରୁ ବଡ଼ ପଦକ୍ଷେପ ସୁରକ୍ଷା ଚେକକରିବା । ନିଜ ଆକାଉଣ୍ଟ ହ୍ୟାକ ହେବାରୁ ରକ୍ଷାପାଇବା ପାଇଁ ନୀୟମିତ ପାସୱାର୍ଡ ବଦଳାନ୍ତୁ । ଯଦି ହେଉଛି ଥାର୍ଡ ପାର୍ଟି ଆପ୍ସ କେବେବି ବ୍ୟବହାର କରନ୍ତୁ ନାହିଁ କି ସେଠି ଯାଇ ଲଗଇନ କରନ୍ତୁ ନାହିଁ । ପବ୍ଲିକ ୱାଇଫାଇ ରେ ସତର୍କ ରୁହନ୍ତୁ କାରଣ ଅନେକ ହ୍ୟାକ କେଵ ପବ୍ଲିକ ୱାଇଫାଇରେ ହୋଇଥାନ୍ତୁ ।

ସବୁଠୁ ବଡ଼ କଥା ହେଉଛି ନିଜ ସୁରକ୍ଷା ନିଜ ହାତରେ । ଟିକିଏ ଭୂଲ ପାଇଁ ନିଜେ ବିପଦରେ ପଡିବାସହ ଅନ୍ୟକୁ ବିପଦରେ ପକାଇବ ।

Leave A Reply

Your email address will not be published.