Latest Odisha News

BREAKING NEWS

ମୋବାଇଲରେ ଆସୁଛି କି Emergency Alert ? କିଏ-କାହିଁକି ପଠାଉଛି ଏଭଳି ମେସେଜ, ଜାଣନ୍ତୁ

ଭୁବନେଶ୍ୱର: ସକାଳୁ ସକାଳୁ ମୋବାଇଲକୁ ଆସିଛି ଭାରତ ସରକାରଙ୍କ ମେସେଜ । ଏହା ପୁଣି ଏମର୍ଜେନ୍ସି ଆଲର୍ଟ । ହଠାତ ଏଭଳି ମେସେଜ ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି । କାହିଁକି ଏମିତି ମେସେଜ ଆସିଛି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ । ହଠାତ ସାଇରନ ଶବ୍ଦ ପରି ରିଂ ହେଉଛି ମୋବାଇଲ । ସେ ଶବ୍ଦ ପ୍ରକୃତରେ ଭୟ କରିବା ପରି ।

ତେବେ ଭୟ କରିବାର କିଛି ନାହିଁ ।  କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ଏହି ଏମର୍ଜେନ୍ସ ଆଲର୍ଟ  । ଏଥିରେ ଉଲ୍ଲେଖ ରହିଛି ଏହା ଏକ ସାମ୍ପଲ ଟେଷ୍ଟିଂ ମେସେଜ ।  ବ୍ରଡ କାଷ୍ଟିଂ ସିଷ୍ଟମ ଦ୍ୱାରା ସମସ୍ତ ଉପଭୋକ୍ତାଙ୍କ ପାଖକୁ ପଠାଯାଉଛି । ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ଏହି ମେସେଜ ପଠାଯାଉଛି । ଏହି ମେସେଜକୁ ଅଣଦେଖା କରିବା ପାଇଁ ମଧ୍ୟ ମେସେଜରେ କୁହାଯାଇଛି । ଏହି ମେସେଜ ଇଂରାଜୀ ଓ ଓଡ଼ିଆ ଭାଷାରେ ଆସିଥିଲା ।

ତେବେ ଏପରି ଏକ ମେସେଜ ଆସିବ ବୋଲି ଗତକାଲିଠାରୁ ଭାରତୀୟ ଟେଲିକମ ବିଭାଗ ପକ୍ଷରୁ ସୂଚାଇ ଦିଆ ଯାଇଥିଲା । ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ବୋଲି ଉଲ୍ଲେଖ ଥାଇ ଗତକାଲି ଅପରାହ୍ନରେ ଏହି ମେସେଜ ଆସିଥିଲା । ଏଥିରେ ‘ଜରୁରୀକାଳୀନ ପରିସ୍ଥିତି ବିଷୟରେ ଆପଣ ନିଜ ମୋବାଇଲେ ଏକ ମେସେଜ ଗ୍ରହଣ କରିପାରନ୍ତି’ ବୋଲି ଉଲ୍ଲେଖ ଥିଲା । ତେବେ ଏଥିପାଇଁ କେହି ଭୟଭୀତ ହେବା ଦରକାର ନାହିଁ, ଏହା କୌଣସି ଜରୁରୀକାଳୀନ ପରିସ୍ଥିତି ବିଷୟରରେ ସୂଚନା ନୁହେଁ । ଯୋଜନାବଦ୍ଧ ପରୀକ୍ଷାର ଏକ ଅଂଶ ଭାବେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ ଭାରତ ସରକାରଙ୍କ ଟେଲିକମ ବିଭାଗ ଦ୍ୱାରା ପଠାଯାଉଛି ବୋଲି ଗତକାଲି ଅପରାହ୍ନରେ ଆସିଥିବା ଏକ ମେସେଜରେ ଉଲ୍ଲେଖ ଥିଲା ।

ଯାହା ବି ହେଉ, ଏହା କେନ୍ଦ୍ର ସରକାରଙ୍କର ଏକ ପରୀକ୍ଷାମୂଳକ ପଦକ୍ଷେପ । ଆଗକୁ ଏହି ବ୍ୟବସ୍ଥାରେ ବାର୍ତ୍ତା ସମ୍ପର୍କୀୟ ସୂଚନା ତଥା ଅନ୍ୟାନ୍ୟ ଜରୁରୀକାଳୀନ ସୂଚନା ଲୋକଙ୍କ ପାଖକୁ ପଠାଯିବ ।  ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି ।

Leave A Reply

Your email address will not be published.