Latest Odisha News

BREAKING NEWS

ନେତାଙ୍କ ଚମଡା ମୋଟା; କାହିଁକି ଏଭଳି କହିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପ୍ରଚାର ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡିଙ୍କ ଭାଷଣକୁ ନେଇ ରାଜ୍ୟ ବିଜେପି ଦ୍ୱାରା ଏକ ଅଭିଯୋଗ ଦାଖଲ କରାଯାଇଥିଲା।

ତେଲେଙ୍ଗାନା ହାଇକୋର୍ଟ ଅଗଷ୍ଟ ୧ରେ ଏହାର ଶୁଣାଣି କରି ଖାରଜ କରିଦେଇଥିଲେ। ପରେ ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ବିଜେପି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲା। ଯାହାକୁ ସୋମବାର ଦିନ ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ବି.ଆର.ଗଭାଇ, ବିଚାରପତି କେ. ବିନୋଦ ଚନ୍ଦ୍ରନ ଏବଂ ବିଚାରପତି ଅତୁଲ ଏସ ଚାନ୍ଦୁରକରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି।

ତେବେ ଏହାକୁ ନେଇ ଖଣ୍ଡପୀଠ କହିଛନ୍ତି ଯେ କୋର୍ଟକୁ ରାଜନୈତିକ ଲଢ଼େଇ ପାଇଁ ବ୍ୟବହାର କରିବା ଉଚିତ୍ ନୁହେଁ। ଜଣେ ନେତାଙ୍କୁ ସବୁ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ବୋଲି ମଧ୍ୟ କୁହାଯାଇଥିଲା। । ଯଦି ଆପଣ ଜଣେ ରାଜନେତା ତେବେ ଆପଣଙ୍କୁ ମୋଟା ଚମଡା ରଖିବାକୁ ପଡିବ ।

୨୦୨୪ରେ ବିଜେପି ତେଲେଙ୍ଗାନା ୟୁନିଟର ସାଧାରଣ ସମ୍ପାଦକ ରେଡ୍ଡିଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାଖଲ କରିଥିଲା। ସେ ବିଜେପି ବିରୁଦ୍ଧରେ ଅପମାନଜନକ ଏବଂ ଉତ୍ତେଜକ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା। ଏପରିକି ରେଡ୍ଡୀ ତେଲେଙ୍ଗାନା କଂଗ୍ରେସ ସହିତ ମିଶି ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲେ ସଂରକ୍ଷଣକୁ ଉଚ୍ଛେଦ କରିବା ନେଇ ଆକ୍ଷେପ କରିଥିଲେ। ଯାହାକୁ ନେଇ ବିଜେପି ଏହି ଅଭିଯୋଗ ଦାଖଲ କରିଥିଲା।

 

ଏପରି ମାନହାନିମୂଳକ ଭାଷଣ ଏକ ରାଜନୈତିକ ଦଳ ଭାବରେ ବିଜେପିର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଥିବା ନେଇ ସେ କହିଛନ୍ତି।

 

Comments are closed.