ନୂଆଦିଲ୍ଲୀ: ମୁଁ ନିଜକୁ ମାହନ କହିବାକୁ ଚାହେଁନି। ଅନ୍ୟମାନଙ୍କୁ କହିବାକୁ ଦିଅନ୍ତୁ ଯାହା ସେମାନେ କହିବେ। ରବିବାର ଫ୍ରେଞ୍ଚ୍ ଓପନ ୨୦୨୩ ଟାଇଟଲ ଜିତିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଟେନିସ୍ ଷ୍ଟାର୍ ନୋଭାକ୍ ଚୋକୋଭିଚ୍। ଗତକାଲି ଖେଳାଯାଉଥିବା ଫାଇନାଲ୍ ମେଚ୍ରେ ସେ ନରୱେର କାସ୍ପୁର ରୁଡ୍ଙ୍କୁ ପରାସ୍ତ କରିଛନ୍ତି।
ସର୍ବିଆ ଖେଳାଳି ଜୋକୋଭିଚ୍ ପ୍ରଥମ ଟେନିସ ତାରକା ଭାବେ ୨୩ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିବାର ରେକର୍ଡ କରିଛନ୍ତି। ଏପରି କରି ସେ ରାଫେଲ୍ ନାଡାଲଙ୍କୁ ବି ପଛରେ ପକାଇ ଦେଇଛନ୍ତି। ନାଡାଲ୍ ୨୨ଟି ଜିତି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ୨୦ ୨୦ ଗ୍ରାଣ୍ଡସ୍ଲାମ୍ ଟାଇଟଲ ସହ ସ୍ୱିଜରଲାଣ୍ଡର ରୋଜର ଫେଡରର ତୃତୀୟରେ ଅଛନ୍ତି।
ସର୍ବିଆ ଟେନିଷ୍ଟ ଷ୍ଟାର୍ ନୋଭାକ ଚୋକଭିଚ୍ ରବିବାର ଫ୍ରେଞ୍ଚ ଓପନ ୨୦୨୩ ପୁରୁଷ ଏକକ ଅନ୍ତିମ ମୁକାବିଲାରେ ନରୱେର କାସ୍ପର ରୁଡଙ୍କୁ ଭେଟିଥିଲେ। ଦୁଇ ଜଣଙ୍କ ଭିତରେ କଡ଼ା ମୁକାବିଲା ହୋଇଥିଲେ ବି ଜୋକୋଭିଚ୍ ରୁଡ୍ଙ୍କୁ ୭–୬, ୬–୩,୭–୫ସେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ଜୋକୋଭିଚ୍ ତୃତୀୟ ଥର ପାଇଁ ଫ୍ରେଞ୍ଚ ଟାଇଟଲ ଜିତିଛନ୍ତି।
ଟେନିସ ଗ୍ରାଣ୍ଡ ସ୍ଲାମ କ୍ୟରିୟରରେ ଜୋକୋଭିଚ୍ଙ୍କ ଏହା ୩୪ ତମ ଫାଇନାଲ୍ ମ୍ୟାଚ୍ ଥିବା ବେଳେ ରୁଡଙ୍କର ଏହା ମାତ୍ର ତୃତୀୟ ଫାଇନାଲ୍ ମ୍ୟାଚ୍ ଥିଲା। ରୁଡ୍ ଏର୍ଯ୍ୟନ୍ତ ଗୋଟିଏ ବି ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଜିତି ନାହାନ୍ତି।
ଜୋକୋଭିଚ୍ଙ୍କର ବିଜୟ ପରେ ସେ ମହାନ ଖେଳାଳି ଭାବେ ଗଣମାଧ୍ୟମ ବିବିସିରେ ଡିବେଟ୍ ହୋଇଥିଲା। ହେଲେ ଜୋକୋଭିଚ୍ ଏହାକୁ ପ୍ରାତ୍ୟାଖନ କରି କହିଥିଲେ ଯେ ମୁ ଏହି କଥାରେ ଭାଗ ନେବାକୁ ଚାହୁଁନି ଯେ କିଏ ମହାନ। ତାହା ଲୋକ ସ୍ଥିର କରିବେ। ମୁଁ ମୋ ଇତିହାସ ଲେଖୁଛି।
ସୂଚନା ଥାଉକି ଗତକାଲିର ବିଜୟ ପରେ ଜୋକୋଭିଚ୍ ଆମେରିକୀୟ ଟେନିସ ତାରକା ସେରେନା ୱିଲିୟମ୍ଙ୍କ ସମକକ୍ଷ ହୋଇଛନ୍ତି। ସେରେନା ୨୩ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିଥିବା ବେଳେ ଜୋକୋଭିଚ୍ ମଧ୍ୟ ୨୩ ଟାଇଟଲ୍ ଜିତିଛନ୍ତି। ତେବେ ୨୪ ଟାଇଟଲ ହାତେଇ ସର୍ବାର୍ଗେ ଥିବହା ମାରଗାରେଟ୍ କୋର୍ଟ ବର୍ତ୍ତମାନ ନମ୍ବର ୱାନ୍ରେ ରହିଛନ୍ତି। ତାଙ୍କ ସମକକ୍ଷ ହେଲେ ଜୋକୋଭିଚ୍ଙ୍କୁ ଆଉ ଏକ ଟାଇଟଲ ଜିତିବାକୁ ପଡ଼ିବ।
Comments are closed.