Latest Odisha News

ଜୟପୁରରେ ଡୋର୍‌-ଟୁ-ଡୋର୍ ସର୍ଭେ ଆରମ୍ଭ

ଜୟପୁର: କରୋନା ଜନିତ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଟ୍ରେସ୍ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ଶିକ୍ଷକମାନଙ୍କୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଡୋର୍‌-ଟୁ-ଡୋର୍ ସର୍ଭେ ଆରମ୍ଭ କରାଯାଇଛି ।

କୋରାପୁଟ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ (ସିଡିଏମଓ) ମକରନ୍ଦ ବେଉରା କହିଛନ୍ତି ଯେ ସର୍ଭେ ପାଇଁ ୯୮ଟି ଟିମ୍ ଗଠନ କରାଯାଇଛି । ଯାହାକୁ ସୁପରଭାଇଜଡ୍ କରିବେ ମେଡିକାଲ୍ ଅଫିସର ।ଏଏନଏମ୍‌, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ଶିକ୍ଷକମାନଙ୍କୁ ନେଇ ଗଠିତ ଏହି ଟିମ୍ ସହରର ପ୍ରତି ଘରକୁ ଘର ବୁଲି ସର୍ଭେ କରିବେ ।

ଯଦି ସେମାନେ କୌଣସି ବ୍ୟକ୍ତିଙ୍କ ମଧ୍ୟରେ କରୋନା ଜନିତ ଲକ୍ଷଣ ଦେଖିବେ ତାହେଲେ ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲ୍ ପଠାଇବେ । ଯେଉଁଠି ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇ ପାରିବ ବୋଲି ଶ୍ରୀ ବେଉରା କହିଛନ୍ତି ।

Comments are closed.