Latest Odisha News

BREAKING NEWS

ଚନ୍ଦ୍ରଗ୍ରହଣରେ କରନ୍ତୁ ନାହିଁ ଏହି କାମ…

ଭୁବନେଶ୍ଵର: ଚଳିତ ବର୍ଷ ରଙ୍ଗର ଉତ୍ସବ ହୋଲିରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ମାର୍ଚ୍ଚ ୧୪ ତାରିଖ ସକାଳ ୯.୨୯ ମିନିଟ୍ରୁ ୩.୨୯ ମିନିଟ୍ ଯାଏଁ ରହିବ । କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଭାରତରେ ହେବନି ଦୃଶ୍ୟମାନ । ଏହା ମୁଖ୍ୟତ ଅଷ୍ଟ୍ରେଲିଆ, ୟୁରୋପ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆଫ୍ରିକା, ପ୍ରଶାନ୍ତ ଆଣ୍ଟାଲାଟିକ୍ ଆଣ୍ଟ୍ରାଟିକ୍ ମହାସାଗର, ପୂର୍ବ ଏସିଆ ଏବଂ ଆଣ୍ଟ୍ରାଟିକା ଆଦି କ୍ଷେତ୍ରରେ ଦେଖିବାକୁ ମିଳିବ । ତେବେ ଏହି ଚନ୍ଦ୍ର ଗ୍ରହଣ ଧାର୍ମିକ ଦୃଷ୍ଟିକୋଣ ମଧ୍ୟ ଭାରତରେ କୌଣସି ମହତ୍ତ୍ୱ ରହିବନି । ତେବେ ଚନ୍ଦ୍ରଗ୍ରହଣ ସମୟରେ କିଛି ଖାସ୍ କାମ ନକରିବାକୁ କୁହାଯାଇଥାଏ । ଆସନ୍ତୁ ଜାଣିବା ସେହି କାର୍ଯ୍ୟ ସର୍ମ୍ପକରେ..

  • ଗ୍ରହଣ ସମୟରେ ଦେବପୂଜା ନିଷେଦ୍ଧ କରାଯାଇଥାଏ । ଏହି କାରଣରୁ ଗ୍ରହଣ ସମୟରେ ମନ୍ଦିରର କବାଟ ବନ୍ଦ କରାଯାଇଥାଏ । କିନ୍ତୁ ଏହି ସମୟରେ ଆପଣ ଶିବଲିଙ୍ଗର ପୂଜା କରିପାରନ୍ତି ।
  • ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ୍ ନୁହେଁ । କୁହାଯାଏ କି, ଗ୍ରହଣ ସମୟରେ କରାଯାଇଥିବା ଶୁଭ କାମର ବିପରୀତ ଫଳ ହୋଇଥାଏ ।
  • ଚନ୍ଦ୍ରଗ୍ରହଣ ସମୟରେ ପ୍ରକୃତି ଅଧିକ ସମ୍ବେଦନଶୀଳ ହୋଇଥାଏ । ଏହି କାରଣରୁ ଗ୍ରହଣ ସମୟରେ ଗଛ, ଫୁଲ ଓ ପତ୍ରକୁ ତୋଳିବା ବା ଓପାଡିବା କଥା ନୁହେଁ ।
  • ଜ୍ୟୋତିଷଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ ସମୟରେ ନଖ ଓ କେଶ କାଟିବାକୁ ଅଶୁଭ କୁହାଯାଏ ।
  • ଚନ୍ଦ୍ରଗ୍ରହଣ ସମୟରେ ଭୋଜନରେ ତୁଳସୀ ଜଳ ମିଶାନ୍ତୁ ଓ ପରେ ଖାଦ୍ୟ ଗ୍ରହଣ କରନ୍ତୁ ।
  • ଗ୍ରହଣ ପରେ ସ୍ନାନ କରି ସଫା ଓ ପବିତ୍ର ବସ୍ତ୍ର ପିନ୍ଧିବା ଜରୁରୀ । ଏହା ପରେ ଦାନ ଓ ପୁଣ୍ୟର କାମ କରିବା ଦରକାର ।
  • ଧାର୍ମିକ ମାନ୍ୟତା ଅନୁସାରେ, ଚନ୍ଦ୍ରଗ୍ରହଣ ସମୟରେ କୌଣସି ଗରୀବ ବା ଅସହାୟ ବ୍ୟକ୍ତିଙ୍କୁ ଅପମାନ କରନ୍ତୁ ନାହିଁ । କାହିଁକି ନା ଏପରି କରିବା ଦ୍ୱାରା ଶନିଦେବ ରାଗିଥାନ୍ତି ।
  • ଜ୍ୟୋତିଷ୍ୟ ମାନ୍ୟତା ଅନୁସାରେ, ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳା ଗ୍ରହଣର ଛାୟାଠାରୁ ଦୂରେଇ ରହିବା ଭଲ । ଗ୍ରହଣର ଛାୟା ଗର୍ଭରେ ଥିଲା ଶିଶୁକୁ କ୍ଷତି ପହଞ୍ଚାଇଥାଏ ।

 

Comments are closed.