Latest Odisha News

ସୁନ୍ଦରଗଡ଼ରେ ଡବଲ୍ ମର୍ଡର, ପ୍ରେମ ପାଇଁ ହତ୍ୟା ସନ୍ଦେହ

କୁତ୍ରା: ପ୍ରେମ ସମ୍ପର୍କକୁ ନେଇ ହତ୍ୟା । ସୁନ୍ଦରଗଡ଼ର କୁତ୍ରା ଅଞ୍ଚଳରେ ଏଭଳି ଡବଲ୍ ମର୍ଡର ଘଟଣା ସମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, କୁତ୍ରା ଥାନା ଅନ୍ତର୍ଗତ କାଶୀପଡାରେ ଗାଁରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଓ ଯୁବତୀ ହେଉଛନ୍ତି କାଶୀପଡା ଗ୍ରାମର ଲିପ୍ସା କେର୍କେଟା (୨୪ ବର୍ଷ), ରୁମାବାହାଲ ଗ୍ରାମର ପ୍ରତାପ ଲାକ୍ରା (୨୬ ବର୍ଷ)।

ଏମବିଏ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ରତାପ ତା’ର ସହପାଠୀ ଥିଲା। ଏହି ଘଟଣାରେ ଅଭିଯୁକ୍ତ ରାଜୁ ନାଗ ଧରାପଡିଛି। ଡ୍ରାଇଭର ଭାବେ କାମ କରୁଥିବା ରାଜୁର ଲିପ୍ସା ସହ ପ୍ରେମ ସମ୍ପର୍କ ଥିଲା।

 

Comments are closed.