Latest Odisha News

BREAKING NEWS

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ନ୍ୟୁଜିଲାଣ୍ଡର ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଅଭିଜ୍ଞ ଅଲରାଉଣ୍ଡର ଡଗ ବ୍ରେସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ବ୍ରେସୱେଲ ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ୨୮ ଟେଷ୍ଟ, ୨୧ ଦିନିକିଆ ଓ ୨୦ଟି ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଓଭରାଲ ୭୪ ୱିକେଟ ଅକ୍ତିଆର କରିଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ସେ ତାଙ୍କ ତୃତୀୟ ଟେଷ୍ଟ ଖେଳୁଥିବା ବେଳେ ଅଷ୍ଟ୍ରେଲିଆକୁ ହରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଡଗ ନ୍ୟୁଜିଲାଣ୍ଡର ମହାନ ଅଲରାଉଣ୍ଡର ମାଇକେଲ ବ୍ରେସୱେଲଙ୍କ ପୁତୁରା ।

ଆଘାତ ସମସ୍ୟା ଯୋଗୁ ତାଙ୍କ କ୍ୟାରିୟର ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ୨୦୨୩ରେ ସେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳିବା ମୋ ପାଇଁ ସର୍ବଦା ଗର୍ବର ବିଷୟ ରହିଥିଲା । କୋଚ, ମ୍ୟାନେଜମେଂଟଙ୍କୁ ମୁଁ ମଧ୍ୟ ଧନ୍ୟବାଦ ଜଣାଉଛି । କ୍ରିକେଟକୁ ମୁଁ ଛାଡିବାକୁ ଚାହୁଁ ନ ଥିଲି । ମାତ୍ର ପରିସ୍ଥିତି ବାଧ୍ୟ କରାଇଲା ଏହି କଷ୍ଟକର ନିଷ୍ପତି ନେବା ପାଇଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.