ନୂଆଦିଲ୍ଲୀ: ଯମୁନା ନଦୀରେ ଭାସୁଛି କୁଢ କୁଢ ଶବ। ଆତଙ୍କିତ ଅବସ୍ଥାରେ ଅଛନ୍ତି ସହରବାସୀ। ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାର ସ୍ଥାନୀୟ ଲୋକମାନେ ରବିବାର ଦିନ ଯମୁନା ନଦୀରେ ଭାସୁଥିବା ଦଶହଜାର ମୃତଦେହକୁ ଦେଖି ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
କେହି କେହି ଏପରିକି କହୁଛନ୍ତି ଯେ ହାମିରପୁରର ଗ୍ରାମଗୁଡିକରେ କୋଭିଡ-୧୯ ମୃତକଙ୍କ ସଂଖ୍ୟା ଏତେ ଯେ ପୀଡିତଙ୍କ ମୃତଦେହ ନଦୀରେ ଭାସୁଛି, କାରଣ ଶବଦାହ ପାଇଁ ଜାଗା ନାହିଁ।
ରିପୋର୍ଟରେ ଦର୍ଶାଯାଇଛି ଯେ ଗୋଟିଏ ନିର୍ଦ୍ଦିଷ୍ଟ ଗାଁରେ ସ୍ଥାନୀୟ ଲୋକମାନେ ଯମୁନା ନଦୀ କୂଳରେ ଶବ ଦାହ କରୁଛନ୍ତି। ଉତ୍ତରପ୍ରଦେଶର ଏହି ଅଞ୍ଚଳରେ ମୃତ୍ୟୁବରଣ କରିଥିବା ଲୋକଙ୍କର ଜିଲ୍ଲା ଅଧିକାରୀ କିମ୍ବା ରାଜ୍ୟ ସରକାରଙ୍କ ପାଖରେ ଏହାର କୌଣସି ରେକର୍ଡ ନାହିଁ।
Comments are closed.