Latest Odisha News

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଡ଼ଃ ଅକ୍ଷୟ କୁମାର ମିଶ୍ର ଓ ଶତ୍ରୁଘ୍ନ ପୂଜାରୀଙ୍କ ଶପଥ ଗ୍ରହଣ

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ଆଇନ ଅଧିକାରୀ ଡ଼ଃ ଅକ୍ଷୟ କୁମାର ମିଶ୍ର ଏବଂ ଅତିରିକ୍ତ ବିଚାରପତି ଶତ୍ରୁଘ୍ନ ପୂଜାରୀ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି ।

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ ଏସ ଜାଭେରୀ ଓଡ଼ିଶା ହାଇକୋର୍ଟ ପରିସରରେ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ଜଷ୍ଟିସ୍ ମିଶ୍ର ଓ ଜଷ୍ଟିସ୍ ପୂଜାରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଏହାସହିତ, ଓଡ଼ିଶା ହାଇକୋର୍ଟରେ ସମୁଦାୟ ବିଚାଚପତିଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।

ଜଷ୍ଟିସ ମିଶ୍ରଙ୍କୁ ସୁପ୍ରିମକୋର୍ଟ କଲେଜିୟମ ୧୨ ଜଣଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥୀ ଭାବେ ଚୟନ କରିଥିବା ବେଳେ ଓଡ଼ିଶା ହାଇକୋର୍ଟ କଲେଜିୟମ ତାଙ୍କର ପ୍ରାର୍ଥୀତ୍ୱକୁ ଗ୍ରହଣ କରିଥିଲେ ।

ପୂର୍ବରୁ ଅକ୍ଟୋବର ୩୧ ତାରିଖରେ ଓଡ଼ିଶା ହାଇକୋର୍ଟ କଲେଜିୟମ ୧୨ ଜଣ ପ୍ରାର୍ଥୀଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମକୁ ସୁପାରିଶ କରିଥିଲେ, ଏଥିରେ ୪ଜଣ ଆଇନ ଅଧିକାରୀ ଏବଂ ୮ଜଣ ଆଇନଜୀବୀ ରହିଥିଲେ । ତେବେ ସେଥିମଧ୍ୟରୁ ୧୧ଜଣଙ୍କ ନାମ ବାଦ ଦେଇ ସେଥିମଧ୍ୟରୁ ଡ଼ଃ ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଗ୍ରହଣ କରିଥିଲେ ।

ସମ୍ବଲପୁରର ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟରୁ ୧୯୮୬ ମସିିହାରେ ଏଲ.ଏଲ.ବି ସମାପ୍ତ କରିବା ପରେ ଶତ୍ରୁଘ୍ନ ପୂଜାରୀ ପ୍ରଖ୍ୟାତ ଆଇନଜୀବୀ ହରି ପ୍ରସାଦ ନାୟକଙ୍କ ଚ୍ୟାମ୍ବରରେ ଜଣେ ଓକିଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ୧୯୯୬ ମସିହାରେ ଶ୍ରୀଯୁକ୍ତ ପୂଜାରୀ ତତ୍କାଳୀନ ବିଚାପତି ଜଷ୍ଟିସ ପି କେ ମହାନ୍ତି ଏବଂ ଜଷ୍ଟିସ ବି ପି ରାୟଙ୍କ ଅଧିନରେ ଓଡ଼ିଶା ହାଇକୋର୍ଟରେ ଜଣେ ଓକିଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।

ଶ୍ରୀଯୁକ୍ତ ପୂଜାରୀ ଓଡ଼ିଶା ହାଇକୋର୍ଟର ଓଡ଼ିଶା ସୁପରିୟର ଜୁଡ଼ିସିଆଲ ସର୍ଭିସ (ବରିଷ୍ଠ ଶାଖା) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଫେବୃଆରୀ ୭, ୨୦୦୩ ମସିହାରେ ବ୍ରହ୍ମପୁରରେ ୨ୟ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ଜିଲ୍ଲା ଓ ସେସନ ଜଜ୍ ଭାବେ ଜୟପୁର (କୋରାପୁଟ), ବ୍ରହ୍ମପୁର (ଗଞ୍ଜାମ) ଏବଂ ପୁରୀ ଠାରେ କାର୍ଯ୍ୟ କରିଛନ୍ତି ।

ଏହାଛଡ଼ା, ସେ ରାଜ୍ୟ ବିକ୍ରି କର ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ଲିଗାଲ୍ ସର୍ଭିସ ଅଥରିଟିର କଟକ ସଦସ୍ୟ ସଚିବ, କଟକର ଜିଲ୍ଲା ଓ ସେସନ୍ସ ଜଜ ତଥା ରାଜ୍ୟ ସରକାରଙ୍କ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ।

ତାଙ୍କୁ ୨୯ ନଭେମ୍ବର, ୨୦୧୩ ମସିହାରେ ଓଡ଼ିଶା ହାଇକୋର୍ଟର ବେଞ୍ଚ ଲାଗି ଅତିରିକ୍ତ ବିଚାରପତି ଭାବେ ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.