କଟକ: କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ କୋଲକାତାସ୍ଥିତ ରାଷ୍ଟ୍ରୀୟ ଗତିଶୀଳ ଦିବ୍ୟାଙ୍ଗଜନ ସଂସ୍ଥାନ (ଏନ୍ଆଇଏଲ୍ଡି)ର ନିର୍ଦ୍ଦେଶକ ଦାୟିତ୍ୱ ଡକ୍ଟର ପତିତପାବନ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। କଟକ ଜିଲ୍ଲାର ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ (ନିର୍ତାର)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବା ଡକ୍ଟର ମହାନ୍ତି ଗତ ଗୁରୁବାର କୋଲକାତାଠାରେ ଏହି ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ଚିଠି ଅନୁସାରେ ସେ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ। ଭୌତିକ ଚିକିତ୍ସା (ଫିଜିଓଥେରାପି) କ୍ଷେତ୍ରରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଡକ୍ଟର ମହାନ୍ତିଙ୍କ ନୂତନ କାର୍ଯ୍ୟଭାର ଗ୍ରହଣକୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି।
BREAKING NEWS
- ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ହାଇବ୍ରିଡ ମଡେଲ ଆଡେ ମୁହାଁଇଛି ଆଇସିସି
- ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
- ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
- ବୟସକୁ ନେଇ ଭାଇରାଲ ହେଉଛି ବୈଭବଙ୍କ ପୁରୁଣା ବୟାନ, ମୁହଁ ଖୋଲିଲେ ବାପା
- ଏଆରଟିଓ ଓ ଜୁନିୟର୍ ଏମଭିଆଇଙ୍କୁ ବାନ୍ଧିଲା ପୋଲିସ
- ଚିନ୍ମୟ ପ୍ରଭୁ କିଏ…ଯାହା ପାଇଁ ଜଳୁଛି ବାଂଲାଦେଶ
- କେବେ ବିବାହ କରିବେ ତମନ୍ନା-ବିଜୟ? ୱେଡିଂ ପ୍ଲାନକୁ ନେଇ ଭାଙ୍ଗିଲେ ନୀରବତା
- ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜାଣନ୍ତୁ କେବେ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ
- ଗିରଫ ହେବେ କି ରାମ ଗୋପାଳ ବର୍ମା ? ନିର୍ଦ୍ଦେଶକଙ୍କ ଘରେ ପୋଲିସ…
- ‘ନୈନ୍ ମଟକ୍କା’ରେ ବରୁଣ-କିର୍ତ୍ତୀଙ୍କ ଦମଦାର କେମେଷ୍ଟ୍ରି, ଦିୱାନା ହେଲେ ଫ୍ୟାନ୍ସ
Comments are closed.