ନୂଆଦିଲ୍ଲୀ: ଦେଶରେ କାବୁ ପାଇଛି କରୋନାର ସେକେଣ୍ଡ ଓ୍ୱେଭ୍ । ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଟିକାକରଣ ଅଭିଯାନକୁ ଜୋରଜାର କରିଛନ୍ତି ସରକାର । ଦେଶବ୍ୟାପୀ ମାଗଣା ଟିକାକରଣ ଚାଲିଛି । ଏଭଳି ସ୍ଥିତିରେ ରୁଷ୍ ଟିକା ସ୍ଫୁଟନିକ୍ ଲାଇଟର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡୀଜ୍ ଲାବକୁ ଅନୁମତି ମିଳିଲା ନାହିଁ ।
ଭାରତରେ ଫେଜ୍-3 ଟ୍ରାଏଲ୍ ପାଇଁ DCGI ଅନୁମତି ମିଳି ନଥିବା ସୂଚନା ମିଳିଛି । ବର୍ତ୍ତମାନେ ଭାରତରେ ରୁଷ ଟିକା ସ୍ଫୁଟନିକ୍-ଭିର ବ୍ୟବହାର ହେଉଛି । ଏଯାଏ ତିନିଟି ଟିକାର ବ୍ୟବହାର ହେଉଥିବା ବେଳେ ଆମେରିକାର ମୋଡେର୍ଣ୍ଣାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି ।
Comments are closed.