ତାଳଚେର: ତାଳଚେର ହିଙ୍ଗୁଳା ମହୋତ୍ସବରେ ଅଘଟଣ । ଡ୍ରାଗନ ଦୋଳି ଛିଡି ୪ ଜଣ ଗୁରୁତର । ଡ୍ରାଗନ ଦୋଳି ଖେଳୁଥିବା ବେଳେ ହଠାତ ଦୋଳିଟି ମଝିରୁ ଛିଡି ପ୍ରାୟ ୧୦ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ ସେଥିରେ ବସିଥିବା ଚାରିଜଣ ଗୁରୁତର ହୋଇଛନ୍ତି । ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୋଳିରେ ସମୁଦାୟ ୨୦ ଜଣ ଥିଲେ ।
ସୂଚନାଥାଉକି, ଗୁରୁତର ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଘର ତାଳଚେର ଓ ଜରପଡା ଅଞ୍ଚଳର ବୋଲି ସୂଚନା ମିଳିଛି ।
ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଦୋଳିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।