ଚେନ୍ନାଇ: ତାମିଲନାଡୁର ଗଙ୍ଗେଇକୋଣ୍ଡା ଚୋଳପୁରମ ମନ୍ଦିରରେ ରବିବାର ଦିନ ଏକ ଐତିହାସିକ ଘଟଣା ଦେଖିବାକୁ ମିଳିଛି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତୀକାତ୍ମକ ଚୋଳ ସମ୍ରାଟ ରାଜେନ୍ଦ୍ର ଚୋଳ-ପ୍ରଥମଙ୍କ ଜନ୍ମବାର୍ଷିକୀରେ ଆୟୋଜିତ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ସେ ମନ୍ଦିରରେ ପ୍ରାର୍ଥନା କରିବା ସହ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସଆଇ) ଦ୍ୱାରା ପ୍ରତିଷ୍ଠିତ ଚୋଳ ଶୈବ ସ୍ଥାପତ୍ୟ ଉପରେ ଆୟୋଜିତ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ବିଶେଷ ସ୍ମାରକୀ ମୁଦ୍ରା ମଧ୍ୟ ଉନ୍ମୋଚନ କରିଥିଲେ। ଯାହା ଏହି କାର୍ଯ୍ୟକ୍ରମକୁ ଐତିହାସିକ କରିଥିଲା।
ଦକ୍ଷିଣ ପୂର୍ବ ଏସିଆରେ ରାଜେନ୍ଦ୍ର ଚୋଳଙ୍କ ସମୁଦ୍ର ବିଜୟର ୧୦୦୦ ବର୍ଷ ପୂରଣ ଏବଂ ଗଙ୍ଗେଇକୋଣ୍ଡା ଚୋଳପୁରମ ମନ୍ଦିର ନିର୍ମାଣ ପ୍ରାରମ୍ଭକୁ ସ୍ମରଣ କରିବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ଏହି ମନ୍ଦିର ଚୋଳ ରାଜବଂଶର ସ୍ଥାପତ୍ୟର ଏକ ଅନନ୍ୟ ଉଦାହରଣ ଏବଂ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳରେ ଅନ୍ତର୍ଭୁକ୍ତ ମଧ୍ୟ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପାରମ୍ପରିକ ଭେଷ୍ଟି ଏବଂ ଅଙ୍ଗବସ୍ତ୍ର ପିନ୍ଧି ମନ୍ଦିର ପରିକ୍ରମା କରିଥିଲେ। ଏହି ସମୟରେ ମନ୍ଦିର ପରିସରରେ ଶୈବ ସ୍ତୁତିର ଶବ୍ଦ ଗୁଞ୍ଜରିତ ହେଉଥିଲା।ସମାରୋହ ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଜା ରାଜେନ୍ଦ୍ର ଚୋଳଙ୍କ ସ୍ମୃତିରେ ଏକ ସ୍ୱତନ୍ତ୍ର ମୁଦ୍ରା ଜାରି କରିଥିଲେ। ଅପରପକ୍ଷରେ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ମନ୍ଦିରର ଏକ ପ୍ରତିକୃତି ଏବଂ ଏକ ସ୍ମାରକୀ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
Comments are closed.