Latest Odisha News

ଖୁସିରେ ଚିତ୍କାର କରି କରି କାନ୍ଦି ପକାଇଥିଲେ ଡ୍ରାଭିଡ

ଚେନ୍ନାଇ: ଦୀର୍ଘ ଦିନ ପରେ ଭାରତ ଟି୨୦ ବିଶ୍ୱକପ ୨୦୨୪ରେ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । କୋଚ ରାହୁଲ ଡ୍ରାଭିଡଙ୍କ ପାଇଁ ଏହି ବିଜୟ ମହତ୍ୱପୂର୍ଣ୍ଣ ଥିଲା । ରବିଚନ୍ଦ୍ରନ ଅଶ୍ୱୀନ ଏକ ସାକ୍ଷାତକାରରେ କହିଛନ୍ତି କିପରି ଭାରତ ବିଜୟୀ ହେବା ପରେ ଡ୍ରାଭିଡ ଖୁସିରେ ପାଗଳପ୍ରାୟ ହୋଇ ଉଠିଥିଲେ । ଏପରିକି ସେ ଚିତ୍କାର କରି ଖୁସି ମନେଇବା ପରେ କାନ୍ଦି ପକାଇଥିଲେ । ଯାହାକି ଅନ୍ୟମାନଙ୍କୁ ଭାବପ୍ରବଣ କରି ଦେଇଥିଲା । ୫୧ ବର୍ଷୀୟ ଡ୍ରାଭିଡ ଖେଳାଳି ଭାବେ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ହୋଇପାରି ନ ଥିଲେ । କୋଚ ଭାବେ ସେ ଏହି ସଫଳତା ହାସଲ କରିଥିବାରୁ ବେଶ ଖୁସୀ ଥିଲେ ।

ଏହା ପୂର୍ବରୁ ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଭାରତ ୨ ଥର ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ଜିତିପାରି ନ ଥିଲେ । ୨୦୦୭ ଦିନିକିଆ ବିଶ୍ୱକପରେ ସେ ଭାରତର ନେତୃତ୍ୱ କରିଥିଲେ । ଭାରତ ଭଲ ପ୍ରଦର୍ଶନ କରିପାରି ନ ଥିଲା । ଏହା ପରେ ସେ ଅଧିନାୟକ ପଦ ଛାଡି ଦେଇଥିଲେ ବୋଲି ଅଶ୍ୱୀନ କହିଛନ୍ତି । ମ୍ୟାଚ ପରେ ବିରାଟ କୋହଲି କୋଚ ଡ୍ରାଭିଡଙ୍କୁ ଡାକିଥିଲେ ଏବଂ ଟ୍ରଫି ଧରାଇଥିଲେ । ଡ୍ରାଭିଡ କପକୁ ଧରି ଖୁସୀ ମନାଇବା ମୋ ଜୀବନର ମଧ୍ୟ ଏକ ଅଭୂଲା କ୍ଷଣ ବୋଲି ଅଶ୍ୱୀନ କହିଛନ୍ତି ।

Comments are closed.