Latest Odisha News

BREAKING NEWS

୧୯ ବର୍ଷରୁ କମ ଭାରତୀୟ ଦଳରେ ସ୍ଥାନ ପାଇଲେ ଜୁନିୟର ଡ୍ରାଭିଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କୋଚ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ ଡ୍ରାଭିଡଙ୍କୁ ୧୯ ବର୍ଷରୁ କମ ଭାରତୀୟ ଦଳରେ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପାଇଁ ତାଙ୍କୁ ଚୟନ କରାଯାଇଛି । ବିସିସିଆଇ ଚୟନ କମିଟି ଶନିବାର ଦିନିକିଆ ଏବଂ ୪ ଦିବସୀୟ ମ୍ୟାଚ ପାଇଁ ଅଲଗା ଅଲଗା ଦଳ ଘୋଷଣା କରିଛି । ଉଭୟ ଟିମରେ ସମିତଙ୍କୁ ସୁଯୋଗ ମିଳିଛି । ଦିନିକିଆ ଟିମର ନେତୃତ୍ୱ ମହମ୍ମଦ ଅମାନ ଏବଂ ୪ ଦିବସୀୟ ଦଳର ଅଧିନାୟକ ଦାୟିତ୍ୱ ସୋହମ ପଟ୍ଟବର୍ଦ୍ଧନ ତୁଲାଇବେ । ଏହି ସିରିଜ ୨୧ ସେପ୍ଟମ୍ବରରୁ ଆରମ୍ଭ ହେବ । ୩ଟି ଦିନିକିଆ ଏବଂ ୨ଟି ୪ ଦିବସୀୟ ମ୍ୟାଚ ଖେଳାଯିବ । ସମିତ କୁଚ ବିହାର ଟ୍ରଫିରେ ୩୬୨ ରନ ଓ ୧୬ ୱିକେଟ ଅକ୍ତିଆର କରିଛନ୍ତି ।

ଦିନିକିଆ ଟିମ: ରୂଦ୍ର ପଟେଲ, ସାହିଲ ପାରଖ, କାର୍ତିକେୟ କେପି, ମହମ୍ମଦ ଅମାନ (ଅଧିନାୟକ), କିରଣ ଚୋରମେଲ, ଅଭିଜ୍ଞାନ କୁଣ୍ଡୁ, ହରବଂଶ ସିଂ ପଙ୍ଗାଲିଆ, ସମିତ ଡ୍ରାଭିଡ, ୟୁଦ୍ଧାଜିତ ଗୁହା, ସମର୍ଥ ଏନ, ନିଖିଳ କୁମାର, ଚେତନ ଶର୍ମା, ହାର୍ଦ୍ଦିକ ରାଜ, ରୋହିତ ରାଜାୱତ, ମହମ୍ମଦ ଏନାନ ।
୪ ଦିବସୀୟ ଟିମ: ବୈଭବ ସୂର୍ଯ୍ୟବଂଶୀ, ନିତ୍ୟା ପାଣ୍ଡ୍ୟା, ବିହାନ ମାଲହୋତ୍ରା, ସୋହମ ପଟ୍ଟବର୍ଦ୍ଧନ(ଅଧିନାୟକ), କାର୍ତିକେୟ କେପି, ସମିତ ଡ୍ରାଭିଡ, ଅଭିଜ୍ଞାନ କୁଣ୍ଡୁ, ହରବଂଶ ସିଂ, ଚେତନ ଶର୍ମା, ସମର୍ଥ ଏନ, ଆଦିତ୍ୟ ରାୱତ, ନିଖିଳ କୁମାର, ଅନମୋଲଜିତ ସିଂ, ଆଦିତ୍ୟ ସିଂ ଓ ମହମ୍ମଦ ଏନାନ ।

Comments are closed.