Latest Odisha News

BREAKING NEWS

ଏତେ ସହଜ ନୁହେଁ ଅଲିମ୍ପିକ ଆୟୋଜନ କରିବା, କୋଟି କୋଟି ଡଲାରର କ୍ଷତି ସହିବାକୁ ପଡେ

ବିଶ୍ୱର କ୍ରୀଡା ମହାକୁମ୍ଭ ଆୟୋଜନ କରିବା ଓ ଏଥିରେ ଅଂଶଗ୍ରହଣ କରି ପଦକ ଜିତିବା ସମସ୍ତ ଦେଶ ଆଶା କରିଥାନ୍ତି । ଭାରତ ଏବେ ଏହି ସ୍ୱପ୍ନ ଦେଖିବା ଆରମ୍ଭ କରିଛି । ତେବେ ଅଲିମ୍ପିକ୍ସ ଆୟୋଜନ କରିବା ଏତେଟା ସହଜ କଥା ନୁହେଁ । କାଁ ଭାଁ ବ୍ୟତୀକ୍ରମ ବ୍ୟତୀତ ଅଲିମ୍ପିକ୍ସ ୧୮୯୬ରୁ ୪ ବର୍ଷ ବ୍ୟବଧାନରେ ଆୟୋଜିତ ହୋଇ ଆସୁଛି । ଅଲିମ୍ପିକ୍ସ ଆୟୋଜନ କରୁଥିବା ଦେଶ ଏହା ମାଧ୍ୟମରେ ପର୍ଯର୍୍ୟଟନ, ଇନଫ୍ରାକଷ୍ଟ୍ରକଚର ଓ ଟେକ୍ନୋଲୋଜିର ଉନ୍ନତି ଆଶା କରିଥାଏ । ତେବେ ଦୁଃଖର କଥା ଅଧିକାଂଶ ଆୟୋଜକ ଦେଶ ଏହା ପରେ ପ୍ରଚୁର କ୍ଷତି ସହିଥାନ୍ତି । ୧୯୭୬ରେ ମଂଟ୍ରିଲ ଅଲିମ୍ପିକର ଆୟୋଜକ ଥିଲା । କ୍ରୀଡା ମହାକୁମ୍ଭର ଶେଷ ହେବା ପରେ କାନାଡାକୁ ୨୦ ବର୍ଷ କରଜ ଶୁଝିବାକୁ ଲାଗିଥିଲା ।

ସେହିପରି ଗ୍ରୀସର ଏଥେନ୍ସର ୨୦୦୪ ଅଲିମ୍ପିକ୍ସ ଆୟୋଜନ ହୋଇଥିଲା । ଗ୍ରୀସ ୧୪.୫ ବିଲିୟନ ଡଲାର କରଜରେ ବୁଡି ଯାଇଥିଲା । ବେଜିଂରେ ୨୦୦୮ ଅଲିମ୍ପିକ ଆୟୋଜନ ହୋଇଥିଲା । ଚୀନ ୪୦ ବିଲିୟନ ଡଲାର ଖର୍ଚ୍ଚ କରିଥିବା ବେଳେ ପାଇଥିଲା ମାତ୍ର ୪ ବିିଲିୟନ ଡଲାରେ । ନିଜ ଆଧିପତ୍ୟ କ୍ଷୂର୍ଣ୍ଣ ହେବ ବୋଲି ଚୀନ ଏହି କ୍ଷତିକୁ ଚାପି ରଖିଥିଲା । ଲଣ୍ଡନ ଓ ରିୟୋ ଗେମ୍ସରେ ଅନେକ କ୍ଷତି ଆୟୋଜକ ଦେଶ ସହିଥିଲା ।

ତେବେ ମୂଖ୍ୟ ପ୍ରଶ୍ନ ବିଶ୍ୱର ଏହି ମେଗା ଇଭେଂଟ ଆୟୋଜନ କରିବାରେ କାହିଁକି ହୋଇଥାଏ କ୍ଷତି ? ଅଲିମ୍ପିକ୍ସ ଆୟୋଜନ କରିବା ପୂର୍ବରୁ ଆୟୋଜକ ଦେଶକୁ ଷ୍ଟାଡିୟମ, ହୋଟେଲ ଏବଂ ଅନେକ କିଛି ଅତ୍ୟାଧୂନିତ ଶୈଳୀରେ ନିର୍ମାଣ କରିବାକୁ ପଡିଥାଏ । ଏଥିରେ ଆୟୋଜକ ଦେଶ ବିଶେଷ ଫାଇଦା ହୋଇ ନ ଥାଏ । ଅନ୍ୟ ପଟେ ଏହାର ପରିଚାଳନା ପାଇଁ ଚାକିରୀ ସଂଖ୍ୟା ବୃଦ୍ଧି ପାଇଥାଏ । ଉଦାହରଣସ୍ୱରୂପ ୨୦୦୦ ସିଡନୀ ଗେମ୍ସ ଆୟୋଜନ ହେବା ପରେ ମୂଖ୍ୟ ଷ୍ଟାଡିୟମର ରକ୍ଷଣବେକ୍ଷଣରେ ପ୍ରତି ବର୍ଷ ଏବେ ବି ୨୦୦ କୋଟି ଖର୍ଚ୍ଚ ହେଉଛି । ବେଜିଂର ବାର୍ଡସ ନେଷ୍ଟ ଏରିନା ପାଇଁ ୮୩ କୋଟି ଖର୍ଚ୍ଚ ହୋଇଛି ।

୧୯୮୪ରେ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଆୟୋଜକ ଦେଶକୁ ଫାଇଦା ହୋଇଥିଲା । ଏହାର ମୂଖ୍ୟ କାରଣ ଥିଲା ପୂର୍ବରୁ ଷ୍ଟାଡିୟମ ଏବଂ ଅନ୍ୟ ଇନଫ୍ରାଷ୍ଟ୍ରକଚର ଥିଲା । ୨ଟି ନୂଆ ଷ୍ଟାଡିୟମ କେବଳ ନିର୍ମାଣ କରାଯାଇଥିଲା । ସୋଭିଏଟ ୟୁନିୟନର ବହିଷ୍କାର ଯୋଗୁ ଆଥଲେଟ ଓ ଅତିଥିଙ୍କ ସଂଖ୍ୟା କମ ରହିଥିଲା । ଯାହା ଫଳରେ କମ ଖର୍ଚ୍ଚରେ ଏହା ଆୟୋଜିତ ହୋଇଥିଲା । ଆଇଓସି ବିଭିନ୍ନ ରାଇଟ୍ସର ବଡ ଭାଗ ନିଜେ ରଖିଥାଏ ।

ଗତ ସଂସ୍କରଣ ଟୋକିଓରେ ଆୟୋଜିତ ହୋଇଥିଲା । ଏଥିରେ ଜାପାନକୁ ୪୮୦୦ କୋଟିର କ୍ଷତି ହୋଇଥିଲା । କରୋନା ଯୋଗୁ ଏହା ବିଳମ୍ବରେ ଆୟୋଜିତ ହେଲା । ମହାମାରୀର ଭୟ ଯୋଗୁ ଦର୍ଶକଙ୍କ ସଂଖ୍ୟା ମଧ୍ୟ କମି ଯାଇଥିଲା । ୨୦୨୪ ଓ ୨୦୨୮ ଅଲିମ୍ପିକ୍ସ ପାଇଁ ୫ ସହର ଦାବୀ ଉପସ୍ଥାପନ କରିଥିଲେ । ବୁଡାପେଷ୍ଟ, ହ୍ୟାମ୍ସବର୍ଗ ଓ ରୋମ ଆୟୋଜକ ଦୌଡରୁ ଓହରି ଯାଇଥିଲେ । ଫଳରେ ୨୦୨୪ ପ୍ୟାରିସ ଓ ୨୦୨୮ ଆୟୋଜନ ଅଧିକାର ଲସଆଞ୍ଜେଲ୍ସକୁ ମିଳିଥିଲା ।

Comments are closed.