Latest Odisha News

BREAKING NEWS

ପରିବେଶ କଂଗ୍ରେସ ପକ୍ଷରୁ ଡିସେମ୍ବର ୧୭ରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ଵର: ଡିସେମ୍ବର ୨୨ ଓ ୨୩ ତାରିଖରେ ଓଡ଼ିଶା ପରିବେଶ କଂଗ୍ରେସର ୧୪ତମ ଅଧିବେଶନ ଭୁବନେଶ୍ବର ଆଂଚଳିକ ପ୍ରାକୃତିକ ଇତିହାସ ସଂଗ୍ରାହଳୟରେ ଅନୁଷ୍ଠିତ ହେବ । ଏହି ପରିବେଶ କଂଗ୍ରେସର ବିଷୟ ବସ୍ତୁ ରହିଛି “ ପରିବେଶ ଓ ସହରୀକରଣ” । ଏହି ପରିପ୍ରେକ୍ଷୀରେ ଆସନ୍ତା ଡିସେମ୍ବର ୧୭ ତାରିଖରେ ପିଲାଙ୍କ ପରିବେଶ କଂଗ୍ରେସ ଅନୁଷ୍ଠିତ ହେବ । ସ୍କୁଲ ଓ କଲେଜ ପିଲାଙ୍କ ମଧ୍ୟରେ ପରିବେଶ ଓ ସହରୀକରଣକୁ ନେଇ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ।

ପ୍ରତିଯୋଗିତା ପାଇଁ ଦୁଇଟି ବର୍ଗ କରାଯାଇଛି। ପ୍ରଥମରୁ ପଞ୍ଚମ ଶ୍ରେଣୀକୁ ନେଇ ଜୁନିୟର ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ସିନିୟର ବିଭାଗରେ ବିଭକ୍ତ କରାଯାଇଛି। ଏମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହେବ । ସେହିପରି ଷଷ୍ଠରୁ ଦଶମ ଓ ଏକାଦଶ ରୁ +୩ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଜୁନିୟର ଓ ସନିୟର ବିଭାଗରେ ବିଭକ୍ତ କରାଯାଇଛି। ଏମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରି ପରିବେଶ କଂଗ୍ରେସ ଉଦ୍‌ଯାପନୀ ଉତ୍ସବରେ ସମ୍ମାନୀତ କରାଯିବ ।

ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ୭୦୦୮୧୬୩୩୭୨, ୭୭୩୫୫୦୪୪୫୫, ୮୦୯୩୧୦୯୦୯୩ ନମ୍ବରରେ ଯୋଗାଯୋଗ କରି ପାରିବେ।

 

 

Comments are closed.