Latest Odisha News

BREAKING NEWS

ଗଲଓ୍ୱାନ ସହିଦଙ୍କ ନାଁରେ ନାମିତ ହେବ କୋଭିଡ୍ ହସ୍ପିଟାଲ ଓ୍ୱାର୍ଡ

ନୂଆଦିଲ୍ଲୀ: ନିଉ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ-୧୯ ହସ୍ପିଟାଲର ଓ୍ୱାର୍ଡ ନାଁ ଗଲଓ୍ୱାନ ଘାଟିରେ ସହିଦ ବୀର ଯବାନଙ୍କ ନାଁ ଅନୁସାରେ ନାମିତ କରାଯିବ । ଡିଆରଡିଓ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଯବାନଙ୍କ ବଳିଦାନ ଓ ସେମାନଙ୍କୁ ସମ୍ମାନ ଜଣାଇ ନିଉ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୋଭିଡ ହସ୍ପିଟାଲର ବିଭିନ୍ନ ଓ୍ୱାର୍ଡର ନାଁ ରଖାଯିବ ।

ନିଉ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୋଭିଡ୍ ହସ୍ପିଟାଲ ଦେଶର ସବୁଠୁ ବଡ଼ କୋଭିଡ୍ କେୟାର ସେଣ୍ଟର । ଦିଲ୍ଲୀ-ହରିଆଣା ସୀମାନ୍ତ ଛତରପୁର ଅଞ୍ଚଳରେ ପ୍ରତିଷ୍ଠା କରାଯାଇଛି । ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାର ଉଦଘାଟନ କରିପାରନ୍ତି ।

ହସ୍ପିଟାଲରେ ଏକାସଙ୍ଗେ ୧୦ ହଜାର କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷମତା ରହିଛି । ଆଇସିୟୁ ଓ ଭେଣ୍ଟିଲେଟର୍ ଓ୍ୱାର୍ଡ ସହିଦ କର୍ଣ୍ଣେଲ ବାବୁଙ୍କ ନାଁରେ ନାମିତ କରାଯିବ । ହସ୍ପିଟାଲରେ ଦୁଇ ହଜାରରୁ ଅଧିକ ଆଇଟିବିପି, ଅନ୍ୟାନ୍ୟ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ, ଡାକ୍ତର ସେବା ଯୋଗାଉଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀ ଲେହ ଗସ୍ତ କରି ସୀମାରେ ଯବାନଙ୍କ ମନୋବଳ ବଢ଼ାଇଥିବା ବେଳେ ସେଭଳି ସମୟରେ ଦେଶର ସବୁଠୁ ବଡ଼ କୋଭିଡ ହସ୍ପିଟାଲର ବିଭିନ୍ନ ଓ୍ୱାର୍ଡ ସହିଦଙ୍କ ନାଁରେ କରିବାକୁ ଡିଆରଡିଓ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.