ମୁମ୍ବାଇ: ବଲିଉଡ଼ର ଡ୍ରିମ୍ ଗର୍ଲ ହେମା ମାଳିନି ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତିନି ବର୍ଷ ହେଲାଣି ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । କିନ୍ତୁ ତାଙ୍କୁ ଭାରତୀୟ ସିନେମାର ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ସର୍ବଦା ଲୋକେ ମନେ ରଖିଥାନ୍ତି । ବଲିଉଡରେ ତାଙ୍କର ଆଇକନିକ ଫିଲ୍ମ ମଧ୍ୟରେ ଶୋଲେ, ସୀତା ଔର ଗୀତା, କ୍ରାନ୍ତି, ଡ୍ରିମ ଗାର୍ଲ, ଅନ୍ଧାକାନୁନ୍ ଭଳି ଅନେକ ଫିଲ୍ମ ରହିଛି ।
ବଲିଉଡରେ ନାମ ଅର୍ଜନ କରିବା ପରେ ହେମା ମାଳିନୀ ରାଜନୀତି ଆଡକୁ ମୁହାଁଇଲେ । ସାଧାରଣ ନିର୍ବାଚନ ଆଫିଡେଭିଟରେ ହେମାଙ୍କ ସମ୍ପତ୍ତି ସାଧାରଣ ଜନତାଙ୍କ ନିକଟରେ ପ୍ରକାଶ ପାଇଥିଲା । ଆଫିଡେଭିଟ୍ରେ କୁହାଯାଇଛି ଯେ, ହେମାଙ୍କ ମୋଟ ସମ୍ପତ୍ତି ହେଉଛି ୨୪୯ କୋଟି ଟଙ୍କା । ଏଥିମଧ୍ୟରୁ ହେମାଙ୍କର ୧୧୪ କୋଟି ଟଙ୍କା ଏବଂ ବାକି ଧର୍ମେନ୍ଦ୍ରଙ୍କର । ହେମା ବିଳାସପୂର୍ଣ୍ଣ କାରକୁ ଭଲ ପାଆନ୍ତି । ତାଙ୍କ ପାଖରେ ରହିଛି ଅଡି କ୍ୟୁ୫, ମର୍ସିଡିଜ ବେଞ୍ଜ ଏମ-କ୍ଲାସ, ହୁଣ୍ଡାଇ ସାଣ୍ଟା ଫେ ଏବଂ ଅନ୍ୟାନ୍ୟ କାର । କାର ବ୍ୟତୀତ ସେ ବିପୁଳ ପରିମାଣର ଅଳଙ୍କାର ମଧ୍ୟ ରଖିଛନ୍ତି ।
Comments are closed.