Latest Odisha News

ଶୀତଦିନେ ଏମିତି, ଖରାଦିନେ କେମିତି ରହିବ ?

କାମାକ୍ଷାନଗର (ହରେକ୍ରିଷ୍ଣ ରାଉତ): ଶୀତଦିନରେ ଏମିତି ଅବସ୍ଥା, ଖରାଦିନରେ କ’ଣ ହେବ ? ଏ ସ୍ଥିତିକୁ ଦେଖିଲେ ଆପଣ ମନରେ ଠିକ ଏହି ପ୍ରଶ୍ନ ହିଁ ଆସିବ  ।  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଆଜିଠୁ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା । ପରଜଙ୍ଗ ଥାନା ହନୁମାନପଡ଼ାର ଏବଂ ମଲ୍ଲିକ ସାହି ନିକଟରେ ପାନୀୟ ଜଳ ସମସ୍ୟା ଗୁରୁତର ହୋଇଛି । ଲୋକେ ପାନୀୟ ଜଳ ପାଇଁ  ନାହିଁ ନ ଥିବା ହଇରାଣ ହେଉଛନ୍ତି ।  ପ୍ରଶାସନ ନିକଟରେ ବାରମ୍ବାର ଦାବି କରିବା ସତ୍ତ୍ୱେ କୌଣସି ଫଳ ମିଳୁନାହିଁ ।  ଏ ନେଇ ଗରା,ବାଲଟି ଧରି ରାସ୍ତାରୋକ କରିଛନ୍ତି ମଲ୍ଲିକସାହି ଓ ହନୁମାନପଡ଼ାର ଶତାଧିକ ବାସିନ୍ଦା ।

BjdElectrycity

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ,  ଗତ ୩ ମାସ ହେବ ଏହି ଦୁଇଟି ସାହିରେ ପାନୀୟ ଜଳଯୋଗାଣ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । ସ୍ଥାନୀୟ ଲୋକେ ବାରମ୍ବାର  ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ ।  ଯାହାକୁ ନେଇ ଲୋକମାନେ ରାସ୍ତାରୋକ କରିଛନ୍ତି ।

ରାସ୍ତା ଅବରୋଧ ଯୋଗୁ ପରଜଙ୍ଗ ବ୍ଲକ ସମେତ ସମସ୍ତ ସରକାରୀ ଅଫିସ ,ସ୍କୁଲ ଓ କଲେଜକୁ  ଯାତାୟାତ ଠପ ହୋଇ ଯାଇଥିଲା । ତୁରନ୍ତ ପାନୀୟ ଜଳ ସମସ୍ୟା ଦୂର ନକଲେ ରାସ୍ତାରୋକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି । ତେବେ ବସୁଧା ଯୋଜନାରେ ଜଳଯୋଗାଣ ପାଇଁ ପାଇପ ପଡ଼ିଥିଲେ ସୁଦ୍ଧା ଲୋକଙ୍କ ନିକଟରେ ପାଣି ପହଞ୍ଚି ପାରିନଥିବା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.