Latest Odisha News

BREAKING NEWS

ଦଳ ଶାସନକୁ ଆସିବାଠାରୁ ମହିଳାଙ୍କ ଉପରେ ଫୋକସ୍ ରହିଛି : ନବୀନ

ପୁରୀ : ୨୬ ବର୍ଷରେ ପାଦ ଥାପିଛି ବିଜେଡି । ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶକୁ ମନେ ପକାଇ ଦେଇ ସେ କହିଛନ୍ତି, ବିଜୁ ବାବୁ ଜଣେ ଜନନାୟକ । ତାଙ୍କ ଆଦର୍ଶରେ ଦଳ ଏବେ ବି ଆଗେଇ ଚାଲିଛି । ଓଡିଶାର ଉନ୍ନତି ପାଇଁ ମହିଳାଙ୍କ ଉତଥାନ ଜରୁରୀ ।

ଦଳ ଶାସନକୁ ଆସିବାଠାରୁ ମହିଳାଙ୍କ ଉପରେ ଫୋକସ୍ ରହିଛି । ମାଆ ମାନଙ୍କ ଉନ୍ନତିରେ ହିଁ ଓଡିଶାର ଉନ୍ନତି । ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି କାମ ଜୋରସୋର ଚାଲିଛି । ମାଆ ସଶକ୍ତ ହେଲେ ପରିବାର ସଶକ୍ତ ହେବ । ମାଆମାନେ ସଶକ୍ତ ହେଲେ ରାଜ୍ୟ ସଶକ୍ତ ହେବ , ମାଆ ମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ । ଗୋଟିଏ ନକଲେ ଅନ୍ୟଟିର ଉନ୍ନତି ହେବ ନାହିଁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଆହୁରି ଆଦିବାସୀ ବିକାଶ କଥା ଉଠାଇଥିଲେ ମୁଖ୍ୟମନ୍ତ୍ରୀ । ଦଳିତ ଭାଇଭଉଣୀଙ୍କ ଉନ୍ନତି ହେଲେ ଓଡିଶାର ଉନ୍ନତି ହେବା ବୋଲି କହିଛନ୍ତି । ମାଲକାନଗିରିରୁ ମୟୂରଭଞ୍ଜ, ବରଗଡରୁ ପୁରୀ ପର୍ଯ୍ୟନ୍ତ ବିଜେଡି ସମାନ ଭାବେ ଶାସନ କରିଚାଲିଥିବା ନବୀନ ନିଜ ବାର୍ତ୍ତାରେ କହିଛନ୍ତି ।

ରୌପ୍ୟ ଜୟନ୍ତୀ ସକାଳେ ପୁରୀ ତାଳବଣିଆ ପଡିଆରେ ବିଜେଡି ମହାସମାରୋହ କରୁଛି । ଏଥିରେ ବିଭିନ୍ନ ଜିଲ୍ଲା, ବ୍ଲକ, ପଞ୍ଚାୟତ ସ୍ତରରୁ ପ୍ରାୟ ୫୦ ହଜାରରୁ ବେଶୀ ଦଳୀୟ କର୍ମୀ ଓ ସମର୍ଥକ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.