Latest Odisha News

BREAKING NEWS

ଦୁର୍ଘଟଣା ପରେ ଜଳିଗଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

ଦେବଗଡ଼: ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ପରେ ଜଳିଗଲା ଗୋଟିଏ ଟ୍ରକ୍ । ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡ଼ା ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଗୋଟିଏ ଟ୍ରକରେ ନିଆଁ ଲାଗି ଯାଇଥିଲା । ତାଭିତରେ ଥିବା ଡ୍ରାଇଭର ବାହାରି ପାରି ନଥିଲେ । ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୁର୍ଘଟଣାଗ୍ରସ୍ତ ଅନ୍ୟ ଟ୍ରକଟି ରାସ୍ତା କଡ଼କୁ ଓଲଟି ପଡ଼ିଲା ।

ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି । ଦେବଗଡ ପଟୁ କେନ୍ଦୁଝର ଆଡକୁ ଯାଉଥିବା ମାଲ ବୋଝେଇ ଟ୍ରକସହ କେନ୍ଦୁଝର ପଟୁ ଦେବଗଡ ଆଡକୁ ଆସୁଥିବା ଅନ୍ୟ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । କେନ୍ଦୁଝର ପଟୁ ଆସୁଥିବା ଟ୍ରକଟି ରାସ୍ତା ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାପରେ ଅନ୍ୟ ଟ୍ରକଟିରେ ନିଆଁ ଲାଗି ଯାଇଥିଲା । ମୃତକଙ୍କ ପରିଚୟ ଏଯାଏ ଜଣା ପଡି ନାହିଁ ।

Leave A Reply

Your email address will not be published.