Latest Odisha News

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ପରିବା ବୋଝେଇ ଟ୍ରକ୍; ଡ୍ରାଇଭର ମୃତ, ହେଲପର ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼କୁ ପରିବା ବୋଝେଇ ଟ୍ରକ୍ ଟି ଓଲଟି ପଡିବା ପରେ ଏଥିରେ ଚାଳକର ମୃତ୍ୟୁ ହୋଇଥିବାବେଳେ ହେଲପର ଜଣକ ଆହତ ହୋଇଛନ୍ତି ।

ଖବର ମୁତାବକ, ଆଜି ସକାଳେ ଟ୍ରକ୍‌ ଟି ଆନ୍ଧ୍ରରୁ ପରିବା ନେଇ ବାଲେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଖସିପଡିଥିଲା । ତେବେ ଚାଳକ ଜଣକ ଟ୍ରକ୍ ତଳେ ଚାପି ହୋଇରହିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଆନ୍ଧ୍ରପ୍ରଦେଶର ଶ୍ରୀନିବାସ ରାଓ ।

ଖବରପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଦୁର୍ଘଟଣାରେ ହେଲପର ଜଣଙ୍କ ସାମାନ୍ୟ ଆହତ ହୋଇଥିବାବେଳେ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.