Latest Odisha News

BREAKING NEWS

ବସକୁ ଧକ୍କା ଦେଲା ହାଇୱା, ଜଣେ ମୃତ, ୧୦ ଆହତ

ଯାଜପୁର: ହାଇୱାକୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଏନ୍ଏଚ୍ ୧୬ କଡେଇ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ବସ୍ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ପ୍ରାୟ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଆଜି ଭୋର ୪ ଟା ସମୟରେ ପ୍ରାୟ ୫୦ ଯାତ୍ରୀଙ୍କୁ ନେଇ ବାରିପଦାରୁ ଭୁବନେଶ୍ୱର ଆସୁଥିବା ବେଳେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏକ ହାଇୱା ପଛ ପଟୁ ବସକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିଲା । ସେପଟେ ବସରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୧୦ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଦମକଲ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବଡ଼ଚଣା ମେଡିକାଲରେ ଭର୍ତ୍ତି କଲରିଥିଲେ । ସେପଟେ ମୃତ ଡ୍ରାଇଭରର ପରିଚୟ ମିଳିନଥିବା ବେଳେ ବର୍ତ୍ତମାନ ବଡ଼ଚଣା ଡାକ୍ତରଖାନରେ ତାଙ୍କର ମୃତଦେହ ରହିଛି । ତେବେ ହାଇୱା ଗାଡ଼ଇ ଡ୍ରାଇଭରଙ୍କୁ ପୋଲିସ୍‌ ଅଟକ ରଖି ତଦନ୍ତ ଚଲାଇଛି ।

Comments are closed.