Latest Odisha News

BREAKING NEWS

କୋଲକାତା ଆକାଶରେ ରହସ୍ୟମୟୀ ଡ୍ରୋନ

କୋଲକାତା: କୋଲକାତାର ଆକାଶରେ ଏକ ରହସ୍ୟମୟ ଡ୍ରୋନ୍ ଦେଖାଯାଇଛି। ଗତ ସୋମବାର ରାତିରେ ଏହି ଡ୍ରୋନଗୁଡ଼ିକ ଦେଖାଯାଇଥିଲା। ଏହି ଡ୍ରୋନଗୁଡ଼ିକ କେଉଁଠାରୁ ଆସିଲା ଏବଂ କିଏ ସେଗୁଡ଼ିକୁ ଉଡ଼ାଉଥିଲା ତାହାର ତଦନ୍ତ କରୁଛି କୋଲକାତା ପୋଲିସ।

ଭାରତ-ପାକିସ୍ତାନ ଯୁଦ୍ଧ ପରେ ଡ୍ରୋନ ଦେଖିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସର ସୂଚନା ଅନୁଯାୟୀ, ସୋମବାର ରାତିରେ କୋଲକାତାର ଅନେକ ଅଞ୍ଚଳରେ ଏହି ଡ୍ରୋନଗୁଡ଼ିକ ଉଡ଼ି ବୁଲୁଥିବାର ଦେଖାଯାଇଥିଲା। ଭିକ୍ଟୋରିଆ ମେମୋରିଆଲରୁ ବ୍ରିଗେଡ ଗ୍ରାଉଣ୍ଡକୁ ଡ୍ରୋନ ଉଡ଼ୁଥିବାର ଦେଖାଯାଇଥିଲା। ଏହି ସୂଚନା ଜଣାପଡ଼ିବା ମାତ୍ରେ କୋଲକାତା ପୋଲିସ ସତର୍କ ହୋଇପଡ଼ିଛି। ଏଥିସହିତ୍ ଡ୍ରୋନ ନେଇ ଖୋଳତାଡ଼ ଆରମ୍ଭ କରିଦେଇଛି।

Comments are closed.