Latest Odisha News

BREAKING NEWS

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବ ଡ୍ରୋନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାସ୍କର ବାଧ୍ୟତାମୂଳକ ବ୍ୟବହାର ଏବଂ ଲକଡାଉନ୍ ନିୟମ କଡାକଡି କାର୍ଯ୍ୟକାରୀ ହେଉଛି କି ନାହିଁ, ସେନେଇ ନଜର ରଖିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସାମାଜିକ ଦୂରତା ସ୍କ୍ୱାର୍ଡ ଏବଂ ଡ୍ରୋନ୍ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଛି।

ଏନେଇ ଟ୍ୱିନସିଟି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି, “ସ୍କ୍ୱାର୍ଡମାନେ ମାସ୍କ ନ ପିନ୍ଧୁଥିବା ଏବଂ ମାର୍କେଟ୍ ତଥା ଅନ୍ୟାନ୍ୟ ରାସ୍ତାରେ ସାମାଜିକ ଦୂରତ୍ୱର ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦଣ୍ଡିତ କରିବେ।

ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକର ମାଲିକମାନଙ୍କୁ ସାମାଜିକ ଦୂରତ୍ୱ ନିୟମ ପାଳନ କିମ୍ବା ଉଲ୍ଲଂଘନ ପାଇଁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ କରିବାକୁ କୁହାଯାଇଛି।

ଆହୁରି ମଧ୍ୟ ସ୍ୱତନ୍ତ୍ର ନିୟମାବଳୀ ଅନୁଯାୟୀ, ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିବାରେ ଉଭୟ ଦୋକାନୀ ଏବଂ କ୍ରେତା ଦାୟୀ ଅଟନ୍ତି।

Leave A Reply

Your email address will not be published.