Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ  

ନୂଆଦିଲ୍ଲୀ: ଲେଖା ହେଲା ଇତିହାସ । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୋଇଛନ୍ତି । ମୁର୍ମୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଯଶୱନ୍ତ ସିହ୍ନାଙ୍କୁ ବହୁ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ନିର୍ବିବାଦୀୟ ଭାବମୂର୍ତ୍ତି ଥିବା ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ବେଳେ ୧୦ରୁ ଅଧିକ ବିରୋଧୀ ଦଳ ତାଙ୍କୁ ସମର୍ଥନ ଜଣାଇଥିଲେ ।

ତୃତୀୟ ପର୍ଯ୍ୟାୟ ଭୋଟ୍ ଗଣତି ପରେ ସ୍ପଷ୍ଟ ହୋଇଛି ମୁର୍ମୁଙ୍କ ବିଜୟ । NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଦ୍ରୌପଦୀଙ୍କ ବିଜୟ ନେଇ କେବଳ ଔପଚାରିକ ଘୋଷଣା ବାକି ଅଛି । ସମସ୍ତ ସାଂସଦ ଓ ୨୦ଟି ରାଜ୍ୟର ଭୋଟ ଗଣତି ସରିଲା ପରେ ମୋଟ ବୈଧ ଭୋଟର ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ ।

ସଂସଦ ଭବନରେ ଭୋଟ୍ ଗଣତି ପରେ ରାଜ୍ୟସଭା ମହାନିର୍ଦ୍ଦେଶକ ତଥା ରାଷ୍ଟ୍ରପତି ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ପିସି ମୋଦି, ଶ୍ରୀମତୀ ମୁର୍ମୁଙ୍କୁ ବିଜୟୀ ଘୋଷଣା କରିଛନ୍ତି । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ୨୪ ତାରିଖରେ ସରିବ । ୨୫ ତାରିଖରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।

ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବିଜେପି ଶିବିର ସହ ସାରା ରାଜ୍ୟରେ ଖୁସିର ଲହରି ଖେଳି ଯାଇଛି । ମୟୂରଭଞ୍ଜର ରାଇରଙ୍ଗପୁରରେ ସେଲିବ୍ରିସନ୍ କରୁଛନ୍ତି ଲୋକେ । କେବଳ ରାଇରଙ୍ଗପୁର କାହିଁକି ଓଡ଼ିଶାର ପ୍ରତି ଜିଲ୍ଲାରେ ଲୋକେ ଉତ୍ସବ ମନାଉଛନ୍ତି ।

Leave A Reply

Your email address will not be published.