କୋଲକାତା: ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବ ଟିଏମସି । ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସାଂସଦମାନଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଉପରୋକ୍ତ ନିଷ୍ପତି ନିଆଯାଇଛି । ଟିଏମସି କିମ୍ବା ମମତାଙ୍କ ସହ କୌଣସି ଆଲୋଚନା ନ କରାଯାଇ ବିରୋଧୀ ମେଂଟ ମାର୍ଗେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି। ସେଥିପାଇଁ ଆମେ ଏଥିରୁ ଦୂରେଇ ରହିବୁ ବୋଲ ଟିଏମସି ପକ୍ଷରୁ କୁହାଯାଇଛି । ଆଲଭାଙ୍କ ବିପକ୍ଷରେ ଏନଡିଏ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ପ୍ରାର୍ଥୀ କରିଛି । ଆଲଭାଙ୍କ ସହ ମମତାଙ୍କ ଭଲ ସମ୍ପର୍କ ଥିଲେ ମଧ୍ୟ ସେ କଂଗ୍ରେସ ଏବଂ ଏନସିପି ପଦକ୍ଷେପରେ ଅସନ୍ତୁଷ୍ଟ ହୋଇ ପଡିଛନ୍ତି । ଟିଏମସିଙ୍କ ଅନୁପସ୍ଥିତି ପରୋକ୍ଷରେ ଏନଡିଏକୁ ଫାଇଦାରେ ରଖିବ ବୋଲି ଅନୁମାନ କରାଯାଉଛି ।
BREAKING NEWS
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ
- ବର୍ଷା ଯୋଗୁଁ ପଞ୍ଚମ ଟି-୨୦ ବାତିଲ: ୨-୨ ରେ ବରାବର ରହିଲା ଭାରତ-ୱେଷ୍ଟଇଣ୍ଡିଜ ସିରିଜ୍
- ଦୁର୍ଗାମେଢ଼ ତିଆରି କରୁଥିଲେ…ଏମିତି ଚାଲିଗଲା ଜୀବନ
- ମହାଷ୍ଟମୀ ଓ ଦଶହରା କେବେ, କେଉଁ ଦିନ କରିବେ ପୂଜା? ପୁଣି ଉପୁଜିଲା ଦ୍ୱନ୍ଦ

Comments are closed.