କଟକ: ଷ୍ଟଣ୍ଟ ସୁଟିଂ ବେଳେ ଅଘଟଣ। ଯବାନ ପରିବାରର ସଂଘର୍ଷ କାହାଣୀ ଉପରେ ଆଧାରିତ ଫିଲ୍ମ ଅପରେସନର ସୁଟିଂ ବେଳେ ଘଟିଛି ଏକ ବଡ ଅଘଟଣ । କାଠଯୋଡ଼ି ନଦୀରେ ଓଡ଼ିଆ ସିନେମା ସୁଟିଂ ବେଳେ ବଡ଼ ବିପଦରୁ ବର୍ତ୍ତି ଗଲେ ନାୟକ ଶ୍ରେୟାନ ଓ ନାୟିକା ଭୁମିକା। ନରାଜ ପାଖାପାଖି ଏକ ବ୍ରିଜ ଉପରେ ନଦୀକୁ ଡେଇଁବାର ଦୃଶ୍ୟର ସୁଟିଂ ଚାଲିଥିଲା। ପ୍ରଖର ସ୍ରୋତରେ ପଡି ଯାଇଥିଲେ ଶ୍ରେୟାନ। କ୍ରିଉ ମେମ୍ବର ପାଣିକୁ ଡେଇଁ ଉଭୟଙ୍କୁ ଉଦ୍ଧାର କରିଛନ୍ତି । ଫିଲ୍ମର ମୁଖ୍ୟ ନାୟକ ଶ୍ରେୟାର ଓ ନାୟିକା ଭୂମିକା ଦାଶ ଗୁରୁତର ହୋଇଛନ୍ତି । କିଛି ସମୟ ପାଇଁ ସୁଟିଂ ବନ୍ଦ କରିବାକୁ ପଡିଥିଲା ।
କଟକର କାଠଯୋଡ଼ି ଠାରେ ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର ଅପରେସନ ର ଏକ ଷ୍ଟଣ୍ଟ ସିନ୍ ଚାଲିଥିଲା । ହଠାତ୍ ମୁଖ୍ୟ ନାୟକ ଶ୍ରେୟାନ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ହେଲେ ସେ ସାହସର ସହିତ ପହଁରି ପହଁରି ଆସି କୂଳରେ ଲାଗିଥିଲେ। ପରେ ଅନ୍ୟ ଲୋକମାନେ ତାଙ୍କୁ ସହଯୋଗ କରି ଡାକ୍ତରଖାନା ନେଇଯାଇଥିଲେ। ସେହିପରି ନାୟିକା ଭୂମିକା ମଧ୍ୟ ଏକ ଦୁର୍ଘଟଣାର ସାମ୍ନା କରିଥିଲେ । ଯେଉଁଥିରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପୁନର୍ବାର ସୁଟିଂ ସେଟକୁ ଫେରିଛନ୍ତି । ଏବଂ ପୁଣି ଆରମ୍ଭ ହୋଇଛି ଫିଲ୍ମର ସୁଟିଂ। ସୁଧାଂଶୁ ମୋହନ ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିବାବେଳେ ଶୁଭ୍ରା ପଟ୍ଟନାୟକଙ୍କ ପ୍ରଯୋଜନାରେ ଫିଲ୍ମଟି ନିର୍ମାଣ ହେଉଛି । କାହାଣୀର ସଂଳାପ ରଚନା କରିଛନ୍ତି ଦିଲୀପ ଚୌଧୁରୀ । ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ।
Comments are closed.