Latest Odisha News

ଆସିଲେନି ରାକୁଲ, NCBରେ ହାଜର ହେଲେ ସିମୋନ ଖମ୍ବାଟା

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଏନ୍‌ସିବି ତଦନ୍ତ ଜାରି ରଖିଛି । ଏନସିବି ରାଡାରରେ ରହିଛନ୍ତି ବଲିଉଡର ଅନେକ ବଡ ବଡ ନାୟିକା । ଏହି ମାମଲାରେ ଆଜି ଏନସିବି ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟା ଓ ଅଭିନେତ୍ରୀ ରାକୁଲ ପ୍ରିତ ସିଂଙ୍କୁ ହାଜର ହେବାକୁ କହିଥିଲା । ସିମୋନ ଖମ୍ବାଟା ଏନସିବିରେ ହାଜର ହୋଇଛନ୍ତି । ଏନସିବି ତାଙ୍କୁ ପଚରାଉଚରା ଜାରି ରଖିଛି ।

ସେପଟେ ଅଭିନେତ୍ରୀ ରାକୁଲ ପ୍ରିତ ସିଂ ଏନସିବି ପଠାଇଥିବା ସମନର କୌଣସି ଜବାବ ଦେଇନାହାନ୍ତି । ତାଙ୍କୁ କୌଣସି ସମନ୍ ମିଳିନଥିବା ନେଇ ସେ କହିଛନ୍ତି । ରାକୁଲ ଏନସିବି କାର୍ଯ୍ୟାଳୟରେ ପହଞ୍ଚିବାକୁ ବିଳମ୍ବ କରିବାରୁ ଏନସିବି ପକ୍ଷରୁ ତାଙ୍କୁ ସଂପର୍କ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନାହାନ୍ତି।

ସେପ୍ଟେମ୍ବର ୨୫ରେ ଡ୍ରଗ୍ସ ମାମଲାରେ ଜଡିତ ଥିବା ଦୀପିକା ପାଦୁକୋନଙ୍କୁ ଏନସିବି ପଚରାଉଚରା କରିବ। ଦୀପିକା ବର୍ତ୍ତମାନ ଗୋଆରେ ଅଛନ୍ତି। ଏନସିବି ପକ୍ଷରୁ ସମନ ପାଇବା ପରେ ଦୀପିକା ଆଜି ମୁମ୍ବାଇ ଫେରିବେ।  ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋନଙ୍କ ନାମ ସାମ୍ନାକୁ ଆସିଛି। ତାଙ୍କ ମ୍ୟାନେଜର କରିସ୍ମାଙ୍କ ସହ ତାଙ୍କର ଚାଟ୍ ଭାଇରାଲ ହେବା ପରେ ସେ ଡ୍ରଗ୍ସ ନେଉଥିବା ସାମ୍ନାକୁ ଆସିଥିଲା।

ଏନସିବି ହାତରେ ପ୍ରମାଣ ଲାଗିବା ପରେ ଏବେ ଅଭିନେତ୍ରୀ ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂହ, ସାରା ଅଲି ଖାନ୍ ଏବଂ ଦୀପିକାଙ୍କୁ ଜେରା ପାଇଁ ସମନ ପଠାଇଛି ଏନସିବି। ୩ଦିନ ମଧ୍ୟରେ ସମସ୍ତ ଅଭିନେତ୍ରୀଙ୍କୁ ପଚରାଉଚରା କାମ ଶେଷ କରିବ ଏନସିବି।

Comments are closed.