Latest Odisha News

ବାଲେଶ୍ୱରରେ ନିଶା ବେପାରୀ ଗିରଫ: ବ୍ରାଉନସୁଗାର ଜବତ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳରୁ ଏକ ଅପରେସନ କରି ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ। ସନ୍ଦିଗ୍ଧଙ୍କ ନିକଟରୁ ୨୬୦ ଗ୍ରାମବ୍ରାଉନସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ପାଖାପାଖି ୨୬ ଲକ୍ଷ ଟଙ୍କା। ଖବର ପାଇ ଜଳେଶ୍ୱର ଥାନାର ଏକ ଟିମ୍ ମାଲଗୋଦାମ ଛକରେ ଚଢ଼ାଉ କରି ନିଶା ଦ୍ରବ୍ୟ ଜବତ କରିଥିଲା। ବ୍ରାଉନସୁଗାର ସହିତ ପୁଲିସ ନଗଦ ୧୪୨୦ ଟଙ୍କା ଓ ଏକ ମୋବାଇଲ୍ ଫୋନ୍ ଜବତ କରିଛି।

ସୂଚନାଯୋଗ୍ୟ, ଅଭିଯୁକ୍ତଙ୍କ ବିରୋଧରେ ଜଳେଶ୍ୱରରେ ପୂର୍ବରୁ ଏକ ମାମଲା ରହିଛି। ପୂର୍ବରୁ ତାଙ୍କ ଦୁଇ ସମ୍ପର୍କୀୟଙ୍କୁ ଗିରଫ କରାଯାଇଥିଲେ ହେଁ ବ୍ରାଉନସୁଗାର ବିକ୍ରି ଜାରି ରଖି ଅଭିଯୁକ୍ତ ନିଜେ ଧରାପଡ଼ିବାରୁ ବର୍ତ୍ତି ଯାଇଥିଲା।

ପୁଲିସ କିନ୍ତୁ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖି ଗତକାଲି ଗୁଇନ୍ଦା ସୂଚନା ଆଧାରରେ ତାଙ୍କୁ ଗିରଫ କରିଛି ଏବେ ଅଭିଯୁକ୍ତ ବିରୋଧରେ ଏକ ମାମଲା (୧୭୩/୨୦୨୪) ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ। ତଦନ୍ତ ଜାରି ରହିଛି।

Leave A Reply

Your email address will not be published.