Latest Odisha News

ରାଜଧାନୀରୁ ବନ୍ଧୁକ ଓ ଗୁଳି ସହ ବ୍ରାଉନସୁଗାର ବେପାରୀ ଗିରଫ

ଭୁବନେଶ୍ୱର: ରାଜଧାନୀର ଭରତପୁର ଥାନା ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀ ଗିରଫ । ତା ନିକଟରୁ ଜବତ ହୋଇଛି ଦେଶୀ ବନ୍ଧୁକ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଅଭିଯୁକ୍ତର ନାଁ ଭାବଗ୍ରାହୀ ସାହୁ । ସେ ଜଣେ ବ୍ରାଉନସୁଗର ବେପାରୀ । ତା ନିକଟରୁ ୭୦ ଗ୍ରାମ୍ ବ୍ରାଉନସୁଗର ବି ଜବତ ହୋଇଛି । ଯାହାର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ।

ଭାବଗ୍ରାହୀ ବ୍ରାଉନସୁଗର ବିକ୍ରି କରିବାକୁ ଆସୁଥିବା ପୋଲିସ ପାଖରେ ପୂର୍ବର ସୂଚନା ଥିଲା । ଏହି ଆଧାରରେ ତାକୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ । ସେ ବ୍ରାଉନସୁଗର ଦେବାକୁ ଆସିଥିବା ବେଳେ ମାଡ଼ି ବସିଥିଲେ ।

ଭାବଗ୍ରାହୀ ନୀଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଏବେ ବନ୍ଧୁକ ଲିଙ୍କର ବି ଖିଅ ଖୋଜିବ କମିଶନରେଟ ପୋଲିସ । ସେ କେଉଁଠାରୁ ବନ୍ଧୁକ ଆଣିଥିଲା ? ଅପରାଧିକ ନେଟଓ୍ୱର୍କର ଖିଅ ଖୋଜିବ ପୋଲିସ । ଅଧିକ ଖୋଳତାଡ ଆରମ୍ଭ ହୋଇଛି ।

Leave A Reply

Your email address will not be published.