ଗୁଜୁରାଟ: ବଡ଼ ଧରଣର ଡ୍ରଗ୍ସ ର୍ୟାକେଟର ପର୍ଦ୍ଦାଫାସ୍ । ଗୁଜୁରାଟର ଦେବଭୂମି ଦ୍ୱାରକା ଜିଲ୍ଲାରେ ଗୁଜୁରାଟ ପୋଲିସ ହାତରେ ଜବତ ହୋଇଛି ବିପୁଳ ପରିମାଣର ଡ୍ରଗ୍ସ। ଡ୍ରଗ୍ସର ମୂଲ୍ୟ ୩ଶହ କୋଟି ଟଙ୍କାରୁ ଅଧିକ ହେବ। ପୋଲିସ ବୁଧବାର ସକାଳେ ୮୮ଲକ୍ଷ ଟଙ୍କାର ୧୯ଟି ପ୍ୟାକେଜ୍ ଜବତ କରିଥିବାବେଳେ ପରେ ପୁଣି ୪୭ଟି ଡ୍ରଗ୍ସ ପ୍ୟାକେଟ୍ ଜବତ କରିଥିଲା। ପାକିସ୍ତାନରୁ ସମୁଦ୍ର ପଥ ଦେଇ ଏହି ଡ୍ରଗ୍ସ ଗୁଜୁରାଟ ଆସିଥିବା ଜଣାପଡ଼ିଛି।
ଗୁଜୁରାଟର ଉପକୂଳ ଅଞ୍ଚଳ ଦ୍ୱାରକାରୁ ଏହାର ଚୋରାଚାଲାଣ ହେବାର ଥିଲା। ପୋଲିସ ସୂଚନା ଅନୁସାରେ, ଏକ ବିଶେଷ ସୂତ୍ରରୁ ଖବର ପାଇ ମହାରାଷ୍ଟ୍ରର ଥାନେ ଜିଲ୍ଲା ଅଧୀନସ୍ଥ ମୁମ୍ବାରେ ୪୪ବର୍ଷୀୟ ଜଣେ ବ୍ୟକ୍ତି ସଜ୍ଜାଦ ଧୋସିଙ୍କୁ ଅଟକ ରଖାଯାଇଥିଲା। ସେ ଜଣେ ପରିବା ବିକ୍ରେତା। ତାଙ୍କ ନିକଟରୁ ଏକ ଡ୍ରଗ୍ସ ଭର୍ତ୍ତି ବ୍ୟାଗ୍ ମିଳିଥିଲା। ସେହି ବ୍ୟାଗରେ ୮୮.୨କୋଟି ଟଙ୍କାର ଡ୍ରଗ୍ସ ଥିଲା।
ଜେରା ସମୟରେ ପରିବା ବ୍ୟବସାୟୀ ଧୋସି ଅନ୍ୟ ୨ଜଣଙ୍କ ନାମ କହିଥିଲା। ସେମାନେ ହେଉଛନ୍ତି ସଲିମ ୟାକୁବ କାରା ଏବଂ ଅଲି ୟାକୁବ କାରା। ଦୁହେଁ ଉଭୟ ଜାମନଗର ନିକଟସ୍ଥ ସଲୟାର ବାସିନ୍ଦା। ପୋଲିସ ସେମାନଙ୍କ ଘରେ ଚଢ଼ାଉ କରି ଆହୁରି ୪୭ପ୍ୟାକେଟ୍ ଡ୍ରଗ୍ସ ଜବତ କରିଥିଲା।
Comments are closed.