Latest Odisha News

BREAKING NEWS

ଡ୍ରଗ୍ସ ଲିଙ୍କ ମାମଲା: ଫିଲ୍ମ ‘ABCD’ର କୋରିଓଗ୍ରାଫର ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତୁ୍ୟ ମାମଲା ଏବଂ ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଏବେ ଚର୍ଚ୍ଚା ଜୋର୍ ଧରିି । ଏନ୍ସିବି ଏହି ଲିଙ୍କକୁ ନେଇ ଜୋର୍ଦାର ତଦନ୍ତ ଜାରି ରଖିଛି । ଡ୍ରଗ୍ସ ମାମଲାରେ ଆଜି ମଙ୍ଗାଲୋର କ୍ରାଇମବ୍ରାଂଚ ପୋଲିସ କୋରିଓଗ୍ରାଫର କିଶୋର ସେଟ୍ଟୀଙ୍କୁ ଗିରଫ କରିଛି । ସେ ଡ୍ରଗ୍ସ ରଖୁଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ ସିବିଆଇ ତାଙ୍କୁ ପଚରାଉଚରା ଜାରି ରଖିଛି ।

କିଶୋର ସେଟ୍ଟୀ ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୁଜାଙ୍କ ଫିଲ୍ମ ABCDରେ କାମ କରିଛନ୍ତି । ରିଆଲିଟି ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ । ମଙ୍ଗଲୁରୁ ପୋଲିସ ବିଭାଗ ସୂତ୍ର ଅନୁଯାୟୀ, ସେ ମୁମ୍ବାଇରୁ ମଙ୍ଗଲୁରୁକୁ ଡ୍ରଗ୍ସ ସପ୍ଲାଏ କରୁଥିଲେ । ଖବର ଅନୁଯାୟୀ, କୋରିଓଗ୍ରାଫର କିଶୋର ସେଟ୍ଟୀଙ୍କ ବିରୋଧରେ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.