ନୂଆଦିଲ୍ଲୀ: ବିମାନରେ ଯାତ୍ରୀଙ୍କ ଉପରେ ପୁଣି ପରିସ୍ରା କରିବା ମାମଲା ସାମ୍ନାକୁ ଆସିଛି। ଏଥର ଏକ ଆମେରିକା ବିମାନରେ ଏଭଳି ଦୁର୍ଘଟଣା ଘଟିଛି। ଆମେରିକା ସହର ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ନିଶାଶକ୍ତ ଯାତ୍ରୀ ଅନ୍ୟ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ତେବେ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଲାଣ୍ଡିଂ କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବିମାନବନ୍ଦର କର୍ତ୍ତୃପକ୍ଷ ପିଟିଆଇକୁ ସୂଚନା ଦେଇଛନ୍ତି।
ଇନ୍ଦିରାଗାନ୍ଧୀ ବିମାନବନ୍ଦର ଡିସିପିଙ୍କ ସୂଚନା ଅନୁସାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେ ହେଲେ ଆମେରିକାର ଏକ ବିଶ୍ୱ ବିଦ୍ୟାଳୟର ଛାତ୍ର ଆର୍ଯ୍ୟ ଭୋହ୍ରା। ଭୋହ୍ରା ବିରୋଧରେ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଏଏ୨୯୨ ଆମେରିକାର ଏୟାରଲାଇନ ବିମାନ ଶୁକ୍ରବାର ରାତି ୯.୧୬ରେ ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଏବଂ ୧୪ ଘଣ୍ଟା ୨୬ ମିନିଟ୍ ପରେ ଶନିବାର ରାତି ୧୦.୧୨ ଟାରେ ଦିଲ୍ଲୀରେ ଅବତରଣ କରିଥିଲା। ଆର୍ଯ୍ୟ ନିଶାରେ ଶୋଇଥିବା ବେଳେ ତାଙ୍କର ପରିସ୍ରା ହୋଇଯାଇଥିଲା। ଯାହା କୌଣସି ମତେ ଲିକ୍ ହୋଇ ଅନ୍ୟଯାତ୍ରୀଙ୍କ ଉପରେ ପଡ଼ିଥିଲା। ଏହି ଯାତ୍ରୀ ବିମାନରେ ଥିବା କ୍ରୁ ମେମ୍ବରଙ୍କୁ ଅଭିଯୋଗ କରିଥିଲେ ବୋଲି ପିଟିଆଇରେ ଖବର ପ୍ରକାଶ ପାଇଛି।
ଏଘି ଘଟଣା ପରେ ଛାତ୍ର ଜଣଙ୍କ ଉକ୍ତ ସହଯାତ୍ରୀଙ୍କୁ ତୁରନ୍ତ କ୍ଷମା ମାଗି ନେଇଥିଲେ। ଆଉ ପୀଡ଼ିତ ପୁରୁଷ ଯାତ୍ରୀ ମଧ୍ୟ ଏନେଇ ଥାନାରେ ମାମଲା କରିବାକୁ ଇଚ୍ଛା ପ୍ରକାଶ କରିନଥିଲେ। ହେଲେ କ୍ରୁ ମେମ୍ବର କଥା ଜାଣିବା ପରେ ତୁରନ୍ତ ପାଇଲଟକୁ ସୂଚନା ଦେଇଥିଲେ। ପାଇଟଲ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରର ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍କୁ ଖବର ଦେଇଥିଲେ। ବିମାନ ଲାଣ୍ଡ କରିବା ପରେ ଆର୍ଯ୍ୟଙ୍କୁ ଗିରଫ କରିଛି ପୁଲିସ୍।
ଅନ୍ୟପଟେ ଏହି ମାମଲାରେ ଆମେରିକା ବିମାନ କମ୍ପାନୀ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଘଟଣା ପରେ ଭବିଷ୍ୟତରେ ଆର୍ଯ୍ୟ ଭୋହ୍ରାଙ୍କୁ କେବେ ବି ବିମାନରେ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ବିମାନ କମ୍ପାନୀ କହିଛି। ତା ଛଡ଼ା ଆର୍ଯ୍ୟ ବିମାନରେ କ୍ରୁ ମେମ୍ବରଙ୍କ ସହ ଅଯଥା ତର୍କ କରିବା, ବିମାନ ସିଟ୍ରେ ନ ବିସ ଯାତ୍ରୀମାନଙ୍କ ଜୀବନକୁ ବିପଦରେ ପକାଇବା ଆଦି ଅଭିଯୋଗ ଆଣିଛି ବିମାନ କମ୍ପାନୀ। ଅନ୍ୟପଟେ ଡିଜିସିଏ କହିଛି ଯେ ଆମେରିକା ବିମାନ କମ୍ପାନୀ ଉଚିତ୍ ଭାବରେ ମାମଲାର ସମାଧାନ କରିଛି। ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଠିକ୍ ନେଇଛି।
ସୂଚନା ଥାଉକି କିଛି ମାସ ତଳେ ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ଏକ ବିମାନରେ ଶଙ୍କର ମିଶ୍ର ନାମକ ବ୍ୟକ୍ତି ଜଣେ ବୟସ୍କା ମହିଳାଙ୍କ ଉପରେ ନିଶାଶକ୍ତ ହୋଇ ପରିସ୍ରା କରିଥିଲେ। ଏହାପରେ ଶଙ୍କରଙ୍କୁ ମାସେ ଜେଲ୍ ଦଣ୍ଡ ଭୋଗିବା ପରେ ସେ ବେଲ୍ରୁ ବାହାରିଥିଲେ। ସେହିପରି ମାମଲା ବିଷୟରେ ନ ଜଣାଇବାରୁ ଡିଜସିଏ ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଫାଇନ ମଧ୍ୟ କରିଥିଲା। ଶଙ୍କର ମିଶ୍ରକୁ ୪ ମାସ ଯାତ୍ରୀ ବ୍ୟାନ୍ କରାଯାଇଛି।
Comments are closed.