Latest Odisha News

BREAKING NEWS

ନିଶାସକ୍ତ ଡାକ୍ତରଙ୍କ ଗାଡି ଧକ୍କାରେ ୪ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବଡବିଲରେ ଜଣେ ନିଶାସକ୍ତ ଡାକ୍ତର ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ଦୁଇ ନାବାଳକଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ଘଟଣାରେ ପୋଲିସ ଜଣେ ସରକାରୀ ଡାକ୍ତରଙ୍କୁ ଗିରଫ କରିଛନ୍ତି।

ଅଭିଯୁକ୍ତ ଡାକ୍ତର ଜଣକ ହିମାଂଶୁ ଝା ବୋଲି ଚିହ୍ନଟ ହୋଇଥିଲା ବେଳେ ସେ ବଡବିଲ କମ୍ୟୁନିଟି ହେଲ୍ଥ ସେଣ୍ଟର୍ (ସିଏଚସି) ରେ କାର୍ଯ୍ୟରତ ରହିଛନ୍ତି।

ସୂଚନାନୁସାରେ ମଙ୍ଗଳବାର ବଡବିଲର ଓଲ୍ଡ ସିନେମା ହଲ୍ ସ୍କୋୟାର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ପ୍ରାୟ ୧ କିଲୋମିଟର ଦୂରକୁ ଘୋଷାଡି ହୋଇଯାଇଥିଲା ଗାଡି। ଏହା ବ୍ୟତୀତ ଆହତ ଏମଡି ଫାରୁକ୍, ତାଙ୍କ ପତ୍ନୀ ଅଜମାରି ଖାତୁନ୍ ଏବଂ ସେମାନଙ୍କର ଦୁଇ ସନ୍ତାନ ମଧ୍ଯ ଛିଟିକି ପଡିଥିଲେ।

ସମସ୍ତ ଚାରିଜଣ ଆହତଙ୍କୁ ସିଏଚସିରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ଯବସ୍ଥା ବିଗିଡିବାରୁ ଦୁଇ ଜଣଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

Comments are closed.